Below header

ଛୋଟ ଏକ ଫୁଲ କୁଣ୍ଡିଆରେ ଫଳାଇ ଦେଲେ ୩ କେଜିର ଏକ ବଡ ପିଆଜ, କିପରି.. ଦେଖନ୍ତୁ ଭିଡିଓ

ପିଆଜ ଆଉ ସେ ପୁଣି ଗମଲାରେ । ଏତେ ଭାବନ୍ତୁନି ପ୍ରଥମେ ଭିଡ଼ିଓଟି ଦେଖି ନିଅନ୍ତୁ । ମେଡୱିନ ଉଇଲିୟମ ଯିଏକି ପରିବାଗୁଡିକୁ ଉନ୍ନତ ପଦ୍ଧତିରେ ଫଳାଇବା ପାଇଁ ଜଣାଶୁଣା । ସେ ଏହି ଭିଡ଼ିଓଟି ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଏକ ଗମଲାରୁ ସେ ଏକ ବଡ଼ ପିଆଜ ବାହାର କରୁଛନ୍ତି ଆଉ ଲେଖିଛନ୍ତି ଆପଣଙ୍କୁ ଏହି ଭିଡିଓ ଦେଖାଇ ମୁଁ ବହୁତ ଖୁସି ଅନୁଭବ କରୁଛି । ଏତେ ବଡ଼ ବଡ଼ ପିଆଜ ମୁଁ କେବଳ ଏକ ଫୁଲ କୁଣ୍ଡିଆରେ ହିଁ ଚାଷ କରିଥାଏ । ଏହି ପିଆଜ 25 ଇଂଚର ଅଟେ ଏବଂ ଏହାର ଓଜନ 3 କିଲୋ 750 ଗ୍ରାମ ।


ଏହି ଭିଡିଓରେ ମେଡ଼ୱିନ ପିଆଜକୁ ଗମଲାରୁ କାଟି ବାହାର କରୁଥିବା ଦେଖିବାକୁ ମିଳିଛି । ଅତି ଖୁସିରେ ସେ ପିଆଜଟିକୁ ଗମଲାରୁ ପିଆଜତିକୁ ବାହାର କରୁଛନ୍ତି । ଲୋକମାନଙ୍କୁ ତାଙ୍କର ଏହି ଭିଡ଼ିଓଟି ବହୁତ ପସନ୍ଦ ଆସିଛି । କାରଣ ଏତେ ବଡ଼ ପିଆଜ ପ୍ରାୟତଃ କେହି କେବେ ଦେଖିନଥିବେ ସେ ପୁଣି ଫୁଲ କୁଣ୍ଡିଆରେ ଚାଷ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.