Below header

ଗୁରୁପୂର୍ଣ୍ଣିମା ଖାସ୍ କାହିଁକି, ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ ଏବଂ ମହତ୍ତ୍ବ

ଆଷାଢ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ ଗୁରୁପୂର୍ଣ୍ଣିମା। ଆଜି ମହାଭାରତର ରଚୟିତା କୃଷ୍ଣ ଦୌପାୟନ ବ୍ଯାସଙ୍କର ଜନ୍ମ ହୋଇଥିଲା। ବ୍ଯାସ ଦେବ ମହାଭାରତ ଭଳି ମହାକାବ୍ଯର ରଚନା ସହ ୧୮ଟି ପୁରାଣ ରଚନା କରିଥିଲେ।

ଗୁରୁପୂର୍ଣ୍ଣିମା ପର୍ବ ପ୍ରତ୍ଯେକ ବର୍ଷ ଆଷାଢ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଯାହା ଚଳିତ ବର୍ଷ ଆଜି ପାଳନ କରାଯାଉଛି। ଏହି ଅବସରରେ ମହାଭାରତର ରଚୟିତା କୃଷ୍ଣ ଦୌପାୟନ ବ୍ଯାସଙ୍କର ଜନ୍ମ ହୋଇଥିଲା। ସେ ସଂସ୍କୃତରେ ମହାନ ବିଦ୍ବାନ ଥିଲେ। ବ୍ଯାସ ଦେବ ମହାଭାରତ ଭଳି ମହାକାବ୍ଯର ରଚନା ସହ ୧୮ଟି ପୁରାଣ ରଚନା କରିଥିଲେ। ବେଦକୁ ବିଭାଜିତ କରିଥିବା କାରଣରୁ ହିଁ ତାଙ୍କ ନାଁ ବେଦ ବ୍ଯାସ ରଖାଯାଇଥିଲା। ତାଙ୍କୁ ଆଦିଗୁରୁ ମଧ୍ଯ କୁହାଯାଇଥାଏ। ଏହିକାରଣରୁ ଗୁରୁପୂଣ୍ଣିମା ବ୍ଯାସ ପୂର୍ଣ୍ଣିମାରେ ନାମରେ ଜଣାଶୁଣା।

ହିନ୍ଦୁ ଧର୍ମରେ ଗୁରୁଙ୍କୁ ଈଶ୍ବରଙ୍କ ଠାରୁ ଶ୍ରେଷ୍ଠ ବୋଲି କୁହାଯାଇଥାଏ। କାରଣ ଗୁରୁ ହିଁ ଏହି ସଂସାର ରୂପୀ ଭବ ସାଗରକୁ ପାର କରିବାରେ ଆମର ସାହାଯ୍ଯ କରିଥାନ୍ତି। ଗୁରୁଙ୍କ ଜ୍ଞାନରେ ଚାଲିବା ଦ୍ବାରା ଜୀବନରେ ମୋକ୍ଷ ପ୍ରାପ୍ତି ହୋଇଥାଏ।

ଜାଣନ୍ତୁ ଗୁରୁପୂର୍ଣ୍ଣିମା ଦିନ କଣ କରିବା ଉଚିତ

ଗୁରୁପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣର ସଂଯୋଗ ରହିଛି କିନ୍ତୁ ଏହା ଭାରତରେ ଦ୍ଶ୍ଯମାନ ହେଉନଥିବାରୁ ପାଳନ କରାଯିବ ନାହିଁ। ଚଳିତ ବର୍ଷ କରୋନା ଚାଲିଥିବାରୁ ଘରେ ରହି ଗୁରୁଙ୍କୁ ପୂଜା କରନ୍ତୁ। ଏହି ଦିନ ନିୟମିତ ରୂପେ ସକାଳରୁ ଜଲଦି ଉଠି ପୂଜା କରି ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ସେହିଭଳି ଏହିଦିନ ଶ୍ରଦ୍ଧାପୂର୍ବକ ଗୁରୁଙ୍କ ପୂଜା କରନ୍ତୁ।

ଜାଣନ୍ତୁ ଇତିହାସର ମହାନ ଗୁରୁ କିଏ?

ଦ୍ରୋଣାଚାର୍ଯ୍ଯ: କୌରବ ଏବଂ ପାଣ୍ଡବଙ୍କ ଗୁରୁ ଦ୍ରୋଣାଚାର୍ଯ୍ଯ ଭାରତୀୟ ଇତିହାସର ମହାନ ଗୁରୁମାନଙ୍କ ମଧ୍ଯରୁ ଜଣେ। ମହାଭାରତ ଯୁଦ୍ଧ ସମୟରେ ସେ କୌରବ ପକ୍ଷର ସେନାପତି ଥିଲେ। ଗୁରୁ ଦ୍ରୋଣାଚାର୍ଯ୍ଯଙ୍କୁ ଏକଲବ୍ଯ ନିଜ ଡାହାଣ ହାତର ଆଙ୍ଗୁଳି କାଠି ଗୁରୁ ଦକ୍ଷିଥା ସ୍ବରୂପରେ ଦେଇଥିଲେ।

ଗୁରୁ ବଶିଷ୍ଠ: ରାଜା ଦଶରଥଙ୍କ ଚାରି ପୁତ୍ରଙ୍କ ଗୁରୁ ଥିଲେ ବଶିଷ୍ଠ। ବଶିଷ୍ଠଙ୍କ କହିବାନୁସାରେ ରାଜା ଦଶରଥ ନିଜ ୪ପୁତ୍ରଙ୍କୁ ଋଷି ବିଶ୍ବାମିତ୍ରଙ୍କ ସହ ଆଶ୍ରମରେ ରାକ୍ଷସଙ୍କୁ ବଧ କରିବା ପାଇଁ ପଠାଇଥିଲେ।

ମହର୍ଷି ବେଦବ୍ଯାସ: ମହର୍ଷି ବେଦବ୍ଯାସ ମହାଭାରତର ରଚୟିତା ଥିଲେ। ମହର୍ଷି ବେଦବ୍ଯାସଙ୍କ ଜନ୍ମ ତ୍ରେତାଯୁଗର ଶେଷରେ ହୋଇଥିଲେ ଏବଂ ସେ ପୁରା ଦ୍ବାପର ଯୁଗ ପର୍ଯ୍ଯନ୍ତ ଜୀବିତ ଥିଲେ।ପର୍ଶୁରାମ: ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ। ପ୍ରତାପୀ ଏବଂ ମାତା-ପିତାଙ୍କ ଭକ୍ତ ପର୍ଶୁରାମ ଯେଉଁଠାରେ ପିତାଙ୍କ ଆଜ୍ଞାରେ ମାତାଙ୍କ ଗଳା କାଟିଥିଳେ ସେହିପରି ପିତାଙ୍କ ଠାରୁ ମାତାଙ୍କୁ ଜୀବିତ କରିବା ପାଇଁ ବରଦାନ ମାଗିଥିଲେ। ପର୍ଶୁରାମ, ଦ୍ରୋଣାଚାର୍ଯ୍ଯ, ଭୀଷ୍ମ ଏବଂ କର୍ଣ୍ଣଙ୍କ ଗୁରୁ ଥିଲେ।

ଚାଣକ୍ଯ: ଚାଣକ୍ଯ ଚନ୍ଦ୍ରଗୁପ୍ତ ମୌର୍ଯ୍ଯଙ୍କ ମହାମନ୍ତ୍ରୀ ଥିଲେ। ଯାହାଙ୍କୁ କୌଟିଲ୍ଯ ନାଁରେ ମଧ୍ଯ ଜଣାଯାଇଥାଏ। ଚାଣକ୍ଯ ନିଜର ନୀତି ବଳରେ ନନ୍ଦ ବଶଂର ନାଶ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ଯଙ୍କୁ ରାଜା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.