ବାଂଲାଦେଶ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ବାଦ୍ ପଡିଲେ ଷ୍ଟାର ଖେଳାଳି
ବାଂଲାଦେଶ ବିପକ୍ଷରେ ୩ଟି ଦିନିକିଆ ଏବଂ ଟି୨୦ ମ୍ୟାଚ ଖେଳିବ ମହିଳା କ୍ରିକେଟ ଟିମ୍ । ଏଥିପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । ହେଲେ ଟିମରୁ ବାଦ୍ ପଡିଛନ୍ତି ଷ୍ଟାର ଖେଳାଳି ।

ବାଂଲାଦେଶ ଟୁର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍ ଘୋଷଣା ହୋଇଛି । ବାଂଲାଦେଶ ବିପକ୍ଷରେ ଟିମ୍ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚ୍ ଏବଂ ଦିନିକିଆ ମ୍ୟାଚ ଖେଳିବ । ଏହି ସିରିଜର ସମସ୍ତ ମ୍ୟାଚ୍ ମିରପୁରର ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଟିମରେ ରେଣୁକା ସିଂ, ରିଚା ଘୋଷ ଏବଂ ଅଲରାଉଣ୍ଡର ଶିଖା ପାଣ୍ଡେ, ରାଜେଶ୍ୱରୀ ଗାୟକଓ୍ଵାଡଙ୍କୁ ସ୍ଥାନ ମିଳିନାହିଁ ।
ବିସିସିଆଇ ଟିମ୍ ଘୋଷଣା କରିଛି । ୯ ଜୁଲାଇରୁ ମ୍ୟାଚ୍ ଆରମ୍ଭ ହେବ । ତେବେ ଏମାନଙ୍କୁ କ’ଣ ପାଇଁ ଟିମରେ ସ୍ଥାନ ମିଳିନାହିଁ, ତାହାକୁ ନେଇ କୌଣସି ବିଜ୍ଞପ୍ତି ଦେଇନାହିଁ ବିସିସିଆଇ । ରିଚା ଘୋଷଙ୍କ ସ୍ଥାନରେ ଉମା ଛେତ୍ରୀ, କେରଳର ଅଲରାଉଣ୍ଡର ମିନ୍ନୁ ମଣି(ଟି୨୦) ଅନୁଷା ବରେଡ୍ଡୀ, ରାଶି କନୋଜିୟାଙ୍କୁ ମଧ୍ୟ ଟି୨୦ ଏବଂ ଦିନିକିଆ ପାଇଁ ସ୍ଥାନ ମିଳିଛି । ଟିମର ଅଧିନାୟକ ଦାୟିତ୍ୱ ହରମନପ୍ରୀତ କୌରଙ୍କୁ ମିଳିଥିବା ବେଳେ ଉପ ଅଧିନାୟକ ଦାୟିତ୍ୱ ସ୍ମୃତି ମନ୍ଧାନାଙ୍କୁ ମିଳିଛି । ଏହି ଗସ୍ତରେ ଭାରତ-ବାଂଲାଦେଶ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳାଯିବ ।
ଭାରତୀୟ ପୁରୁଷ କ୍ରିକେଟ ଟିମ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଇଣ୍ଡିଆନ ଟିମ୍ ଏହି ସିରିଜ ଖେଳିବାକୁ ଥିବା ବେଳେ ଏଥିପାଇଁ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା ହୋଇସାରିଛି ।
🚨 JUST IN 🚨
India women’s team squads for Bangladesh tour announced.
Team India will play three ODIs and three T20Is.
Check: https://t.co/nlHdfWi1YT#BCCI pic.twitter.com/aGisVtUS5B
— Sportstar (@sportstarweb) July 2, 2023
ଭାରତୀୟ ଟି-୨୦ ଟିମ୍: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା(ଉପଅଧିନାୟକ), ଦୀପ୍ତି ଶର୍ମା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ସ, ୟାସ୍ତିକା ଭାଟିଆ, ହରଲୀନ ଦେଓଲ, ଦେବିକା ବୈଦ୍ୟ, ଉମା ଛେତ୍ରୀ, ଅମନଜୋତ କୌର, ଏସ ମେଘନା, ପୂଜା ବସ୍ତ୍ରାକର, ଅଞ୍ଜଳି ସରୱାନୀ, ମୋନିକା ପଟେଲ, ରାଶି କନୋଜିୟା, ଅନୁଷା ରେଡ୍ଡୀ ଏବଂ ମିନ୍ନୁ ମଣି ।
ଭାରତୀୟ ଦିନିକିଆ ଦଳ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା(ଉପଅଧିନାୟକ), ଦୀପ୍ତି ଶର୍ମା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ସ, ୟାସ୍ତିକା ଭାଟିଆ, ହରଲୀନ ଦେଓଲ, ଦେବିକା ବୈଦ୍ୟ, ଉମା ଛେତ୍ରୀ, ଅମନଜୋତ କୌର, ପ୍ରିୟା ପୁନିଆ, ଏସ ମେଘନା, ପୂଜା ବସ୍ତ୍ରାକର, ଅଞ୍ଜଳି ସରୱାନୀ, ମୋନିକା ପଟେଲ, ରାଶି କନୋଜିୟା, ଅନୁଷା ରେଡ୍ଡୀ ଏବଂ ସ୍ନେହ ରାଣା ।
ମ୍ୟାଚ୍ ସୂଚୀ :
ଜୁଲାଇ ୯ : ପ୍ରଥମ ଟି ୨୦ (ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ)
ଜୁଲାଇ ୧୧ : ଦ୍ୱିତୀୟ ଟି୨୦ (ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ)
ଜୁଲାଇ ୧୩ : ତୃତୀୟ ଟି ୨୦ (ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ)
ଜୁଲାଇ ୧୬ : ପ୍ରଥମ ଦିନିକିଆ (ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ)
ଜୁଲାଇ ୧୯ : ଦ୍ୱିତୀୟ ଦିନିକିଆ (ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ)
ଜୁଲାଇ ୨୨ : ତୃତୀୟ ଦିନିକିଆ (ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ)