ଦୁନିଆର ସବୁଠାରୁ ପତଳା ଏବଂ Flip ଫୋନ ଲଞ୍ଚ କରିବ Motorola , ଜାଣନ୍ତୁ କଣ ରହିଛି ଫିଚର୍ସ ଏବଂ ଦାମ

Motorola ର ଦୁଇଟି ଦମଦାର ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ସନ୍ଧ୍ୟା ୫ଟା ସମୟରେ Motorola Razr 40 ସିରିଜକୁ କମ୍ପାନୀ ଲଞ୍ଚ କରିବ । ଏହି ସିରିଜ ଅନୁସାରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ ହେବ, ଯେଉଁଥିରେ Motorola Razr 40 ଏବଂ 40 Ultra ସାମିଲ ହେବ । ଲଞ୍ଚ ଇଭେଣ୍ଟକୁ ଆପଣ ଘରେ ବସି କମ୍ପାନୀର ୟୁଟ୍ୟୁବ ଚ୍ୟାନେଲରେ ଦେଖି ପାରିବେ ।

ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ମୋବାଇଲ ପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆଜି Motorola ର ଦୁଇଟି ଦମଦାର ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ସନ୍ଧ୍ୟା ୫ଟା ସମୟରେ Motorola Razr 40 ସିରିଜକୁ କମ୍ପାନୀ ଲଞ୍ଚ କରିବ । ଏହି ସିରିଜ ଅନୁସାରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ ହେବ, ଯେଉଁଥିରେ Motorola Razr 40 ଏବଂ 40 Ultra ସାମିଲ ହେବ । ଲଞ୍ଚ ଇଭେଣ୍ଟକୁ ଆପଣ ଘରେ ବସି କମ୍ପାନୀର ୟୁଟ୍ୟୁବ ଚ୍ୟାନେଲରେ ଦେଖି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଫୋନରେ କଣ ଫିଚର୍ସ ରହିଛି ଏବଂ ଏହାର ମୂଲ୍ୟ କେତେ ରହିଛି ।

Motorola Razr 40 ସ୍ମାର୍ଟଫୋନରେ କମ୍ପାନୀ Snapdragon 7 Gen 1 SoC, 8GB ram 256GB ଷ୍ଟୋରେଜ, 6.9 ଇଞ୍ଚର ଇନର FHD + AMOLED ଡିସପ୍ଲେ ଏବଂ 1.9 ଇଞ୍ଚର AMOLED ଡିସପ୍ଲେ ଦେବ । ଫଟୋଗ୍ରାଫି ପାଇଁ ଫୋନରେ ଡୁଆଲ କ୍ୟାମେରା ସେଟଅପ ମିଳିବ ଯେଉଁଥିରେ 64MPର ପ୍ରାଇମେରୀ କ୍ୟାମେରା ଏବଂ 13MP ର ଅଲଟ୍ରାଓ୍ଵାଇଡ ସେନ୍ସର ରହିବ । ସେଲ୍ଫି ଏବଂ ଭିଡଓ କଲିଙ୍ଗ ପାଇଁ 32MP ର କ୍ୟାମେରା ମିଳିବ । ଏହି ମୋବାଇଲର ମୂଲ୍ୟ 59,999 ରୁ ଆରମ୍ଭ ହେବ ।

Motorola Razr 40 Ultra ସ୍ମାର୍ଟଫୋନରେ କମ୍ପାନୀ 3.6 ଇଞ୍ଚର OLED କଭର ଡିସପ୍ଲେ 144hz ର ରିଫ୍ରେସ ରେଟ ଦେବ । ଏହା ସହିତ 6.9 ଇଞ୍ଚର ଇନର ଡିସପ୍ଲେ 144hz ର ରିଫ୍ରେସ ରେଟ ସହ ଆସିବ । ଏହି ସ୍ମାର୍ଟଫୋନରେ 3800 mAh ବ୍ୟାଟେରୀ ରହିବ, ଯାହା 30W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ସ୍ମାର୍ଟଫୋନରେ ଡୁଆଲ କ୍ୟାମେରା ସେଟଅପ ମିଳିବ ଯେଉଁଥିରେ 12MP ର ମେନ କ୍ୟାମେରା ଏବଂ 13MP ର ଅଲଟ୍ରାଓ୍ଵାଇଡ ସେନ୍ସର ରହିବ । ଫ୍ରଣ୍ଟରେ ସେଲଫି ଏବଂ ଭିଡିଓ କଲିଙ୍ଗ ପାଇଁ 32MP ର କ୍ୟାମେରା ମିଳିବ । ଏହି ମୋବାଇଲ ଫୋନର ମୂଲ୍ୟ ପାଖାପାଖି ୮୦ ହଜାର ଟଙ୍କା ହୋଇପାରେ । ତେବେ ଅଲଟ୍ରା ମଡେଲର ମୂଲ୍ୟ ପ୍ରକାଶ ପାଇ ନାହିଁ ।

Motorola ର ବେସ ମଡେଲକୁ ଆପଣ ଏଜ୍ୟୁର ଗ୍ରେ, ଚେରୀ ପାଉଡର ଏବଂ ବ୍ରାଇଟ ମୁନ ହ୍ଵାଇଟ କଲରରେ କିଣି ପାରିବେ । Motorola Razr 40 ଅଲଟ୍ରାକୁ ଆପଣ ବ୍ଲାକ, ଆଇସ କ୍ରିଷ୍ଟାଲ ବ୍ଲୁ ଏବଂ ମେଜେଣ୍ଟା କଲର ଅପ୍ସନରେ ରେ ଅର୍ଡର କରିପାରିବେ ।ଏହି ସିରିଜରେ କମ୍ପାନୀ ସବୁଠାରୁ ପତଳା ଫୋଲ୍‌ଡେବଲ ଫୋନ ଲଞ୍ଚ କରିବ, ଯାହାର ଇନ ହ୍ୟାଣ୍ଡ ଫିଲ ଜବରଦସ୍ତ ରହିବ । ଆପଣ ଏହି ଫୋନ ନ ଖୋଲି ବାହାର ସ୍କ୍ରିନରେ ହିଁ ଅନେକ କାମ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.