Below header

ଉତ୍ତର ଭାରତ ଜେଲରେ ବନ୍ଦୀ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରକୁ କଳାପାଣିକୁ ପଠାଇବାକୁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଲା NIA

ଆସାମ ଦିବ୍ରୁଗଢ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟରକୁ ଟ୍ରାନ୍ସଫର କରିବା ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜୁଛି NIA । ଦିବ୍ରୁଗଢ ଜେଲରେ ଖଲିସ୍ତାନୀ ସମର୍ଥକ ଅମୃତପାଲ ଏବଂ ସହଯୋଗୀଙ୍କୁ ରଖାଯାଇଛି । ଏମାନଙ୍କୁ ଆଣ୍ଡମାନ ନିକୋବର ଜେଲକୁ ପଠାଇବା ପାଇଁ ନିବେଦନ କରିଛି ଏନଆଇଏ ।

ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ସମଗ୍ର ଉତ୍ତର ଭାରତ ଜେଲରେ ବନ୍ଦ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କୁ ଆଣ୍ଡାମାନ ନିକୋବର ଜେଲକୁ ପଠାଇବା ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛିNIA । ଏହି ବିଷୟକୁ ନେଇ ଗୃହ ମନ୍ତ୍ରଣାଳୟ ଅଧିକାରୀ ଓ ଏନଆଇଏ ଅଫିସରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇଛି । ଏନଆଇଏ କହିଛି କିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ପଠାଇ ଦିଆଯିବାର ଆବଶ୍ୟକତା ରହିଛି । ଏମାନେ ଜେଲରେ ରହି ନିଜର ଅପରାଧ ସାମ୍ରାଜ୍ୟ ସହଜରେ ଚଳାଇପାରୁଛନ୍ତି। ତେଣୁ ସେମାନଙ୍କୁ କଳାପାଣି ପଠାଇ ପାଇଁ ଗୃହ ମନ୍ତ୍ରଣାଳୟକୁ ନିବେଦନ କରିଛି NIA ।

ରିପୋର୍ଟ ଅନୁସାରେ ଏନଆଇଏ ଗ୍ୟାଙ୍ଗଷ୍ଟରଙ୍କୁ ଆସାମର ଦିବ୍ରୁଗଢ ସେଣ୍ଟ୍ରାଲ ଜେଲ୍ ପଠାଇବାକୁ ମଧ୍ୟ ଯୋଜନା କରୁଛି । ଏହିଠାରେ ପଞ୍ଜାବର ଗ୍ୟାଙ୍ଗଷ୍ଟର ଅମୃତପାଲ ସିଂହ ଓ ତାର ସହଯୋଗୀ ରହୁଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଥମେ ଏହି ଗ୍ୟାଙ୍ଗଷ୍ଟରଙ୍କୁ ଦକ୍ଷିଣ ଭାରତର ଜେଲ୍କୁ ସ୍ଥାନାନ୍ତରିତ କରିବାର ଥିଲା । କିନ୍ତୁ ଏହା ଏକ ଦୀର୍ଘ ପ୍ରକ୍ରିୟା ହେବା ସହିତ ରାଜ୍ୟ ସରକାରଙ୍କ ଅନୁମତି ନେବାର ଥିଲା । କିନ୍ତୁ ଆଣ୍ଡାମାନ ନିକୋବର କେନ୍ଦ୍ର ଶାସିତ ପ୍ରଦେଶ ହୋଇଥିବାରୁ ଓ ଏଠାକୁ ଗ୍ୟାଙ୍ଗଷ୍ଟରଙ୍କୁ ସ୍ଥାନାନ୍ତର କରିବା ଲାଗି କେନ୍ଦ୍ରକୁ କାହାର ଅନୁମତି ନେବା ଆବଶ୍ୟକ ନ ଥିବାରୁ ଏଠାକୁ ପଠାଇବା ଅଧିକ ଉଚିତ ହେବ ବୋଲି ଏନଆଇଏ କହିଛି ।

ଦିଲ୍ଲୀ ଜେଲରେ ବନ୍ଦ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ପ୍ରାୟ ସମୟରେ ଗ୍ୟାଙ୍ଗୱାରର ଆଶଙ୍କା ରହୁଛି । ଚଳିତ ବର୍ଷ ମେ ୨ରେ ତିହାର ଜେଲରେ ବନ୍ଦ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିୟା ହତ୍ୟା କରାଯାଇଥିଲା । ସୋସିଆଲ୍ ମିଡିଆରେ ଏହାର ଭିଡିଓ ଦେଖିବାକୁ ମିଳିଥିଲା ଯେ, ସୁରକ୍ଷାକର୍ମୀଙ୍କ ସାମ୍ନାରେ ଟିଲ୍ଲୁ ତାଜପୁରିଆକୁ ଆକ୍ରମଣ କରାଯାଇଥିଲା ।

ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଜେଲ ପ୍ରଶାସନ ପାଖାପାଖି ୧୫୦ ଗ୍ୟାଙ୍ଗଷ୍ଟରଙ୍କ ଲିଷ୍ଟ ପ୍ରସ୍ତୁତ କରିଛି । ଲିଷ୍ଟରେ ଲରେନ୍ସ ବିଷ୍ଣୋଇ ବ୍ୟତୀତ ଯେଉଁ ପ୍ରମୁଖ ଗ୍ୟାଙ୍ଗଷ୍ଟର ଉପରେ ନଜର ରହିଛି, ସେମାନଙ୍କୁ ସ୍ଥାନାନ୍ତରଣ କରାଯିବାକୁ ଯୋଜନା ଚାଲିଛି । ଏହାଛଡା କିଛି ଗ୍ୟାଙ୍ଗଷ୍ଟରଙ୍କୁ ଆସାମ ଜେଲକୁ ସ୍ଥାନାନ୍ତରଣ କରିବାକୁ ବିଚାର କରୁଛି ଏଏନଆଇ । ପଞ୍ଜାବର ଖଲିସ୍ତାନ ସମର୍ଥକ ଏବଂ ଓ୍ଵାରିସ ପଞ୍‌ଜାବ ଦେର ମୁଖ୍ୟ ଅମ୍ରିତପାଲ ଏବଂ ସହଯୋଗୀଙ୍କୁ ଦିବ୍ରୁଗଢ ଜେଲରେ ରଖାଯାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଏନଆଇଏ ଉତ୍ତର ଭାରତ ରାଜ୍ୟରେ ସକ୍ରିୟ ଥିବା ଅନେକ ଗ୍ୟାଙ୍ଗଷ୍ଟର ବିରୋଧରେ ଏଫଆଇଆର ଦାଏର କରିଥିଲା । ଏଫଆଇଆର କପିରେ ଏମାନେ ବିଦେଶରେ ବସି ଭାରତରେ ସିଣ୍ଡିକେଟ ଚାଲାଣ, ଆତଙ୍କବାଦୀ ଆକ୍ରମଣ, ଅପରାଧ ପାଇଁ ଅର୍ଥ ଆଦାୟ, ଯୁବପିଢିଙ୍କୁ ଟାର୍ଗେଟ କରିବା ଭଳି ଅଭିଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.