ଆଜି ଟିଭିକୁ ଫେରୁଛି ଲୋକପ୍ରିୟ ଧାରାବାହିକ ‘ରାମାୟଣ’, ପୁରୁଣା ସ୍ମୃତିକୁ ମନେପକାଇଲେ ଅରୁଣ ଗୋଭିଲ୍

ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ହିନ୍ଦୀ ଟିଭି ଶୋ 'ରାମାୟଣ' ସୋମବାର (ଜୁଲାଇ ୩) ରୁ ଟେଲିଭିଜନରେ ଫେରିବାକୁ ଯାଉଥିବା ବେଳେ ଟିଭି ଶୋ’ରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା ଅରୁଣ ଗୋଭିଲ୍ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି । ଏହି ଅବସରରେ ସେ କିପରି ପ୍ରଭୁ ରାମଙ୍କ ଚରିତ୍ରରେ ଅଂଶ ଗ୍ରହଣ କରିଥିଲେ ସେ ବିଷୟରେ ସେୟାର କରିଛନ୍ତି ।

ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ହିନ୍ଦୀ ଟିଭି ଶୋ ‘ରାମାୟଣ’ ସୋମବାର (ଜୁଲାଇ ୩) ରୁ ଟେଲିଭିଜନରେ ଫେରିବାକୁ ଯାଉଥିବା ବେଳେ, ଏହା ସେମାରୁ ଟିଭି ଚ୍ୟାନେଲରେ ସନ୍ଧ୍ୟା ୭ଟା ୩୦ ମିନିଟରେ ପ୍ରସାରଣ ହେବ ।  ତେବେ ଏହି ଧାରାବାହିକରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା ଅରୁଣ ଗୋଭିଲ୍ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି । ଏହି ଅବସରରେ ସେ କିପରି ପ୍ରଭୁ ରାମଙ୍କ ଚରିତ୍ରରେ ଅଂଶ ଗ୍ରହଣ କରିଥିଲେ ସେ ବିଷୟରେ ସେୟାର କରିଛନ୍ତି ।

ଏକ ରିପୋର୍ଟରେ ଗୋଭିଲ୍ କହିଛନ୍ତି ଯେ, ୧୯୭୭ ରୁ ସେ ରାଜଶ୍ରୀ ପିକ୍ଚର୍ସ ଏବଂ ସାଗର ସାହେବଙ୍କ ସହ କାମ କରିବା ଆରମ୍ଭ କରିଥିଲେ । ସେ ଆନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ‘ବାଦଲ’ ରେ ମଧ୍ୟ କାମ କରିଥିଲେ ଏବଂ ସେ’ ବିକ୍ରମ ଔର ବେତାଲ ‘ ରେ ବି ଅଭିନୟ କରିଥିଲେ । ସେତେବେଳେ ହିଁ ସେ ଜାଣିବାକୁ ପାଇଥିଲେ ଯେ ସାଗର ସାହେବ ‘ରାମାୟଣ’ ତିଆରି କରୁଛନ୍ତି । ତେଣୁ ସେ ତାଙ୍କ ନିକଟକୁ ଯାଇ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିଲେ ।

ramananda

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରାଣରେ କାମ କରିବା ସେତେବେଳେ ଏକ ସାଧାରଣ କଥା ନଥିଲା ଏବଂ ସେ ଅନେକ ବ୍ୟବସାୟିକ ଚଳଚ୍ଚିତ୍ର କରିସାରିଥିଲେ । ତାଙ୍କ ପରିବାର ଏବଂ ସାଙ୍ଗମାନେ ମଧ୍ୟ ସେ ଏପରି ପୌରାଣିକ ଶୋ’ରେ ଅଭିନୟ ନକରିବାକୁ ପରାମର୍ଶ ବି ଦେଇଥିଲେ । ସେ ଏହା ସହିତ କହିଛନ୍ତି ଯେ, ତାଙ୍କ ବନ୍ଧୁ ଏବଂ ପରିବାର ଲୋକ କହିଥିଲେ ଯେ ଏହି ପୌରାଣିକ ଧାରାବାହିକ କରନାହିଁ, ଏହା ତୁମ ପାଇଁ ଭଲ ନୁହେଁ । ତଥାପି, ଗୋଭିଲ୍ ପ୍ରଭୁ ରାମଙ୍କୁ ଅନସ୍କ୍ରିନରେ ଚିତ୍ରଣ କରିବାକୁ ଆଗ୍ରହୀ ଥିଲେ । ଯଦିଓ ଭାଗ୍ୟ ପ୍ରଥମେ ତାଙ୍କ ସପକ୍ଷରେ ନଥିଲା । ତାଙ୍କୁ ରାମ ଭୂମିକାରୁ ପ୍ରତ୍ୟାଖାନ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଅଡିସନ ନିଆଯାଇଥିଲା ଏବଂ ଅଡିସନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା  ।

Arun Govil

ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର, ମୋତି ସାଗର ଏବଂ ଆନନ୍ଦ ସାଗର ତାଙ୍କୁ ଭରତ ଏବଂ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିବାକୁ କହିଥିଲେ, କିନ୍ତୁ ସେ କହିଥିଲେ, ‘ ସେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି ଏବଂ ଯଦି ମୁଁ ଏହା ପାଇଁ ଉପଯୁକ୍ତ ନୁହେଁ ତେବେ କିଛି କହିବାର ନାହିଁ ଚଳିବ ।’ ତେବେ ପରେ ସେମାନେ ଏହି ଭୂମିକା ପାଇଁ ଅନ୍ୟ କଳାକାରଙ୍କୁ ଚୟନ କରିଥିଲେ ବୋଲି ଗୋଭିଲ୍ କହିଛନ୍ତି । କିନ୍ତୁ କିଛି ଦିନ ବିତିଯିବା ପରେ ତାଙ୍କୁ ପୁଣି ଏହି ଭୂମିକା ପାଇଁ ନିର୍ମାତାମାନେ ଡକାଇଥିଲେ ଏବଂ ଶେଷରେ ପୁରାଣ ରାମାୟଣ ଶୋ’ର ଅଂଶ ହେବାର ସୁଯୋଗ ପାଇଥିଲେ ବୋଲି ଅରୁଣ ଗୋଭିଲ୍ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.