Below header

ଲକ ଡାଉନ ସମୟରେ ଏମିତି କରନ୍ତୁ ସିଭିଲ ସର୍ଭିସ ପ୍ରସ୍ତୁତି, ଆଗକୁ କରିବ ଆପଣଙ୍କୁ ସାହାଯ୍ୟ

ବିଂଶ ଶତାବ୍ଦୀର ଇଂଲଣ୍ଡର ଜଣେ ମହାନ ଦାର୍ଶନିକ ବଣ୍ଡରେଡ ରଶେଲ ମତ ରଖିଥିଲେ କି, ପୃଥିବୀର ସମସ୍ତ ଅଭିଭାବକ ନିଜ ପିଲାମାନଙ୍କୁ ଦିନରେ ଅତି କମରେ ଅଧ ଘଣ୍ଟା ସମୟ ଏକୁଟିଆ କାଟିବା ଅଭ୍ୟାସ କରାଇବା ଉଚିତ । କରୋନା ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ସମୟରେ ଲାଗୁ ହୋଇଥିବା ଲକ ଡାଉନ ସ୍ଥିତି ଲୋକଙ୍କ ପାଇଁ ଏମିତି କିଛି ପରିସ୍ଥିତି ଆଣିଦେଇଛି । କିନ୍ତୁ ଏସମୟରେ ଅଧିକ ଗୁରୁତ୍ୱପୂର୍ଣ ହୋଇପଡିଛି ପିଲାଙ୍କ ପାଠପଢା । ଆଉ ଯେଉଁ ମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଗୁଡିକର ପ୍ରସ୍ତୁତି ଚଳାଇଛନ୍ତି ସେମାନଙ୍କ ପାଇଁ ତ ଏହି ସମୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।

ias preparation

ଆଜିର ପ୍ରାୟ ସମସ୍ତ ଯୁବପିଢି ବିଭିନ୍ନ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରକୃତରେ କୌଣସି ପରୀକ୍ଷା ପ୍ରସ୍ତୁତି କେବଳ ମାତ୍ର ପାଠ ପଢା ଖୋଜି ନଥାଏ ବରଂ ଅଧ୍ୟୟନ ଦରକାର କରିଥାଏ । ବର୍ତ୍ତମାନର ଲକ ଡାଉନ ସ୍ଥିତି ପ୍ରାୟ ସମସ୍ତଙ୍କୁ ନିଜ ନିଜ ପରିବାର ଲୋକଙ୍କ ସହ ସମୟ କାଟିବା ପାଇଁ ଏକ ମୌକା ଆଣି ଦେଇଛି । ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ଏହାକୁ ଆପଣ ଏକ ସର୍ବତ୍କୃଷ୍ଟ ମାଧ୍ୟମ ଭାବେ ଗ୍ରହଣ କରିପାରିବେ । ନିଜ ପରିବାରର ଗୁରୁଜନ ବା ଅନୁଭୂତି ସମ୍ପର୍ଣ୍ଣ ବ୍ୟକ୍ତି ମାନଙ୍କ ଠାରୁ ସେମାନଙ୍କ ମତ ନେଇ ପାରିବେ ।

– ଆପଣ ପସନ୍ଦ କରନ୍ତୁ ବା ନକରନ୍ତୁ କିନ୍ତୁ ଏବେକାର ଆଧୁନିକ ସମୟରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଭିନ୍ନ ଅନଲାଇନ ମାଧ୍ୟମ ତଥା ଇଣ୍ଟରନେଟର ସାହାଯ୍ୟ ନେବା ଜରୁରୀ । ଅବଶ୍ୟ ଏବେବି କିଛି ପରୀକ୍ଷାର୍ଥୀ ମାନେ କ୍ଲାସ ରୁମରେ ବସି ପାଠ ପଢିବାକୁ ଅଧିକ ପସନ୍ଦ କରନ୍ତି

IAS preparation at home - All you need to know | Business Insider ...

– ବିଭିନ୍ନ କୋଚିଂଗ ସେଣ୍ଟର ସଂସ୍ଥା ବା ବ୍ୟକ୍ତିଗତଙ୍କ ତରଫରୁ ୟୁ – ଟ୍ୟୁବରେ ବିଭିନ୍ନ ଅନଲାଇନ ପ୍ରସ୍ତୁତିର ନୂଆ ନୂଆ ଭିଡିଓ ମାନ ଜାରି କରାଯାଉଛି । ଏମଧ୍ୟରୁ କିଛି ମାଗଣା ଶିକ୍ଷା ଦେଉଥିବା ବେଳେ ଆଉ କିଛି ପଇସା ନେଇ ଦେଇଥାନ୍ତି ।

– ଅଧିକାଂଶ ସମୟରେ ଦେଖାଯାଏକି, ବିଭିନ୍ନ ମହାନଗରୀ ଗୁଡିକରେ ଲକ୍ଷ ଲକ୍ଷ ଟଙ୍କାର ଫିସ ଦେଇ ପିଲା ମାନେ କୋଚିଂଗ ସେଣ୍ଟର ଗୁଡିକରେ ନାମ ଲେଖାନ୍ତି  ଓ ସେଠାକୁ ଯାଇ ଶିକ୍ଷା ଗ୍ରହଣ କରିଥାନ୍ତି କିନ୍ତୁ ଲକ ଡାଉନ ସେମାନଙ୍କ ଦ୍ୱାରକୁ ଏକ ପ୍ରକାର ବନ୍ଦ କରିଦେଇଛି । ଏପରି ପରିସ୍ଥିତିରେ ସେମାନେ ଆଉ ଅପେକ୍ଷା ନକରି ବିଭିନ୍ନ ଅନଲାଇନ ମାଧ୍ୟମ ଗୁଡିକର ସାହାଯ୍ୟ ନେବା ସର୍ବୋତମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.