Below header

ସର୍ଜିକାଲ ଷ୍ଟାଇକ୍-୨ରେ ବ୍ୟବହାର କରାଗଲା ମିରାଜ୨୦୦୦, ଜାଣନ୍ତୁ ଏହି ବିମାନର ସ୍ବତନ୍ତ୍ରତା

ପୁଲୱାମା ଆତଙ୍କୀ ଆକ୍ରମଣର ଠିକ୍ ୧୨ ଦିନ ପରେ ଭାରତୀୟ ବାୟୁସେନା ପାକ ସୀମା ମଧ୍ୟରେ ଥିବା କାଶ୍ମୀରର ଆତଙ୍କୀ ସଂଗଠନ ଉପରେ ବଡ଼ ଆକ୍ରମଣ କରିଛି। ଖବର ମୁତାବକ, ଆତଙ୍କବଦୀ ଠିକଣା ଉପରେ୧୨ଟି ବିମାନ ଦ୍ବାରା ପ୍ରାୟ ୧୦୦୦ କିଲୋଗ୍ରାମର ବମ ପକାଯାଇଛି। ଫଳରେ ୨୦୦ ରୁ୩୦୦ ଆତଙ୍କବାଦୀ ମରିଥିବା ଜଣାପଡ଼ିଛି। ତେବେ ଏହି ମିଶନ ପାଇଁ ଭାରତୀୟ ଯୁଦ୍ଧ ବିମାନ ମିରାଜ୨୦୦୦ର ବ୍ୟବହାର କରାଯାଇଥିଲା। ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହି ଯୁଦ୍ଧ ବିମାନ ସମ୍ବନ୍ଧୀୟ କିଛି ଖାସ କଥା କହିବାକୁ ଯାଉଛୁ।

mirage-2000 3

ଭାରତୀୟ ବାୟୁ ସେନାକୁ ଯୁଦ୍ଧ ବିମାନ ମିରାଜ-୨୦୦୦ର ସପଲାଏ ଫ୍ରାନ୍ସର କମ୍ପାନି ଡାଜଲ୍ଟ କରିଥିଲା। ଏହି କମ୍ପାନି ରାଫେଲ ଯୁଦ୍ଧ ବିମାନର ମଧ୍ୟ ପ୍ରସ୍ତୁତି କରିଛି। ୨୦୧୫ ମସିହାରେ କମ୍ପାନି ଅପଗ୍ରେଡ ମିରାଜ-୨୦୦୦ ଯୁଦ୍ଧ ବିମାନକୁ ଭାରତୀୟ ସେନାକୁ ଦେଇଥିଲା। ଏହି ଅପଗ୍ରେଡ଼ଟ ବିମାନରେ ନୂଆ ଇଲେକଟ୍ରୋନିକ୍ ରେଡାର ଏବଂ ଇଲେକଟ୍ରୋନିକ୍ ସିଷ୍ଟମ୍ ଲାଗାଯାଇଛି।

-ମିରାଜ୍୨୦୦୦ ବିମାନ ଏକ ସାଥିରେ ଅନେକ କାମ କରିପାରେ। ଅଧିକରୁ ଅଧିକ ମିସାଇଲ ଏବଂ ବମକୁ ଶତ୍ରୁ ନିକଟରେ ପହଞ୍ଚାଇବାରେ ଏହି ବିମାନ ସକ୍ଷମ। ଏହାଛଡ଼ା ଏହା ଆକାଶ ମାର୍ଗରେ ମଧ୍ୟ ଶତ୍ରୁର ଖୁବ୍ ଭଲ ଭାବେ ମୁକାବିଲା କରିପାରେ ଏହି ବିମାନ।

mirage-2000

-ଏହାର ବେଗ ଘଣ୍ଟା ପ୍ରତି ୨,୪୯୬ କିଲୋମିଟର ଥିବା ବେଳେ ଏହା ସିଙ୍ଗଲ ଇଞ୍ଜିନ ବିଶିଷ୍ଟ।

-ସ୍ପେକ୍ଟ୍ରା ସିଷ୍ଟମକୁ ଡାଜଲ୍ଟ କମ୍ପାନି ପ୍ରସ୍ତୁତ କରିଛି। ଏଥିରେ ସବୁ ଜିନିଷ ଅଟୋମେଟିକ୍ ଇଲେକଟ୍ରୋନିକ୍ ସିକ୍ୟୁରିଟି ସିଷ୍ଟମ୍ ବିଶିଷ୍ଟ। ଏହି ସିଷ୍ଟମ ଦ୍ବାରା ଯଦି ଶତ୍ରୁଙ୍କୁ ତାଙ୍କ ସୀମା ରେଖା ମଧ୍ୟରେ କୌଣସି ବିମାନର ସୂଚନା ମିଳିଥାଏ ତେବେ ଏହା ଶତ୍ରୁଙ୍କ ସିଷ୍ଟମକୁ ଏହା ହ୍ୟାକ କରିବା ସହ କୌଣସି ବିମାନ ଡିଟେକ୍ଟ ନହୋଇଥିବା ସୂଚନା ଦେଇଥାଏ।

-ମିରାଜ ୨୦୦୦ରେ ଖାସ ଟେକଅପ୍ ଏବଂ ଲ୍ୟାଣ୍ଡିଂ ବ୍ୟବସ୍ଥା ରହିଛି। ଏହାକୁ ଲ୍ୟାଣ୍ଡିଂ ପାଇଁ ୪୦୦ମିଟରରୁ ମଧ୍ୟ କମ ଲମ୍ବା ରନୱେ ଦରକାର ହୋଇଥାଏ।

ନିଶ୍ଚିତ ପଢ଼ନ୍ତୁ: ପୁଲଓ୍ଵାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ହମଲା , ଜୈଶ-ଏ ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ସଂପୂର୍ଣ୍ଣ…

-ବିମାନର ସିକ୍ୟୁରିଟି ସିଷ୍ଟମ ଖୁବ ଭଲ ରହିଛି। ଫଳରେ ଏହାର ମୂଲ୍ୟର ୩୦ପ୍ରତିଶତ କେବଳ ସିକ୍ୟୁରିଟି ସିଷ୍ଟମର ନିର୍ମାଣରେବ ବ୍ୟବହାର କରାଯାଇଥାଏ।

-ମିରାଜ୨୦୦୦ରେ ଖାସ ଫିଚର ହେଉଛି ଭଏସ ରେକଗନେସନ୍ ସିଷ୍ଟମ୍। ଅର୍ଥାତ୍ ଏହାକୁ ଆପର ନିଜ କଥାରେ ମଧ୍ୟ ନିୟନ୍ତ୍ରିତ କରିପାରିବେ। ଏହାର ଭଏସ ରିକଗନେସନ୍ ସିଷ୍ଟମ ଖୁବ୍ ଜବରଦସ୍ତ। ବିମାନରେ ବିଭିନ୍ନ ଫକ୍ସସନକୁ କଥା ଅର୍ଥାତ୍ ଆପଣଙ୍କ ସ୍ବର ଦ୍ବାରା ନିୟନ୍ତ୍ରିତ କରିପାରିବେ।

ନିଶ୍ଚିତ ପଢ଼ନ୍ତୁ:ଭାରତୀୟ ସେନାର ପାକିସ୍ତାନକୁ କଡ଼ା ଜବାବ୍, ଜାଣନ୍ତୁ ଏନେଇ ବଲିଉଡର କଣ ରହିଛି ପ୍ରତିକ୍ରିୟା

-ମିରାଜ୍ ଖୁବ୍ ବଡ଼ବଡ଼ ରକେର୍ଟ, ମିସାଇଲ ଆଦି ପରିବହନ କରିବାରେ ସକ୍ଷମ। ଏହା ୩୦ ଏମଏସର ରକେର୍ଟ, ଅନେକ ମିସାଇଲ ଏବଂ ଲେଜର ଗାଇଡେଡ୍ ବମକୁ ଏକା ସାଥିରେ ବହନ କରିପାରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.