Below header

‘ଶିବ ତାଣ୍ଡବ ସ୍ତୋତ୍ର’ ପଢ଼ିଲେ କ’ଣ ମିଳେ ଲାଭ, ଜାଣନ୍ତୁ ଏହାକୁ ପଢ଼ିବାର ସମୟ ଓ ନିୟମ

ପ୍ରାୟ ସମସ୍ତେ ଲଙ୍କପତି ରାବଣଙ୍କୁ ଦୁରାଚାରୀ ଭାବେ ଜାଣନ୍ତି । ହେଲେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ରାବଣ ଜଣେ ମହାନ ପଣ୍ଡିତ ଓ ମହାଦେବଙ୍କ ଜଣେ ବଡ଼ ଭକ୍ତ ଥିଲେ ବୋଲି । ଖାଲି ସେତିକି ନୁହେଁ ସୁନ୍ଦର ବାସ୍ତୁକାର, ଶିଳ୍ପକାର ହେବା ସହ ସଙ୍ଗୀତ ଓ ଆୟୁର୍ବେଦରେ ନିପୁଣ ମଧ୍ୟ ଥିଲେ । ଲଙ୍କପତି ରାବଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଯେଉଁ ସ୍ତୋତ୍ର ରଚନା କରିଥିଲେ ତାହା ‘ଶିବ ତାଣ୍ଡବ ସ୍ତୋତ୍ର’ ନାମରେ ପରିଚିତ ।

shiva tandav.jpg-1

ଶିବ ତାଣ୍ଡବ ସ୍ତୋତ୍ର ପଢ଼ିବାରେ ଲାଭ :

ଏହି ସ୍ତୋତ୍ରକୁ ଯଦି କେହି ଭକ୍ତି ମନରେ ଗାୟନ କରନ୍ତି ତେବେ ଭଗବାନ ଶିବ ତାଙ୍କ ଠାରେ ସନ୍ତୁଷ୍ଟ ହେବା ସହ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଯଦି ଆପଣ କଷ୍ଟ କିମ୍ବା କୈାଣସି ଅସୁବିଧାରେ ପଡ଼ିଥାନ୍ତି ତେବେ ଶିବ ତାଣ୍ଡବ ସ୍ତୁତି କରିବା ଦରକାର । ଏହି ସ୍ତୁତିରେ ଏମିତି ଶକ୍ତି ଅଛି, ଯାହାକୁ ପାଠ କଲେ ଭଗବାନ ଆପଣଙ୍କ ସବୁ କଷ୍ଟ ହରଣ କରିଦେଇଥାନ୍ତି । କୁହାଯାଏ ‘ଶିବ ତାଣ୍ଡବ’ ସ୍ତୁତି କରୁଥିବା ବ୍ୟକ୍ତି କେବେ ନିର୍ଦ୍ଧନ ହୋଇନଥାନ୍ତି ।

ଏହାକୁ ସାଧନା କରିବା ଦ୍ୱାରା ଜଣେ ବ୍ୟକ୍ତି ବହୁ କଳାର ଅଧିକାରୀ ହୋଇଥାଏ । ସନାତନ ଧର୍ମରେ ଏହା ବି କୁହାଯାଇଛି ଯଦି ଆପଣ ଦୈନିକ ଶିବ ତାଣ୍ଡବ ଗାନ କରନ୍ତି ତେବେ ଆପଣଙ୍କ ଏମିତି କିଛି ମନସ୍କାମନା ନାହିଁ ଯାହା ପୂରଣ ନହେବ । ଏଥି ସହିତ ମା’ ଲକ୍ଷ୍ମୀ ସର୍ବଦା ଆପଣଙ୍କ ସହ ରହିବେ । ଯଦି ଆପଣ କାଳସର୍ପ ଦୋଷ କିମ୍ବା ପିତୃଦୋଷରେ ପୀଡ଼ିତ, ଦୈନିକ ଶିବ ତାଣ୍ଡବ ସ୍ତୋତ୍ର ପାଠ କରନ୍ତୁ । ଯାହାଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ ।

କେତେବେଳେ କରିବେ ‘ଶିବ ତାଣ୍ଡବ ସ୍ତୋତ୍ର’ ପାଠ :

ସମ୍ପୁର୍ଣ୍ଣ ଭାବେ ସଂସ୍କୃତରେ ରଚିତ ‘ଶିବ ତାଣ୍ଡବ ସ୍ତୋତ୍ର ’ ପଢ଼ିବା କଷ୍ଟକର ଅଟେ । ତେବେ ଶ୍ରଦ୍ଧାରେ ପଢ଼ିଲେ ସବୁ ସମ୍ଭବ ହୋଇପାରିବ । ଏଥିପାଇଁ ଉପଯୁକ୍ତ ସମୟ ହେଉଛି ପ୍ରଦୋଷ ସମୟ । ପ୍ରାତଃ ସମୟରୁ ଉଠି ନିତ୍ୟ କର୍ମ ପରେ ମହାଦେବଙ୍କୁ ଜଳ ଓ କ୍ଷୀରରେ ସ୍ନାନ କରାଇବେ । ଏହାପରେ ସମସ୍ତ ସାମଗ୍ରୀ ସହ ମହାଦେବଙ୍କୁ ପୂଜା କରିବାକୁ ହେବ । ଏ ସମସ୍ତ କର୍ମ ସମାପ୍ତ ପରେ ଯାଇ ଆପଣ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିବେ । ସ୍ତୋତ୍ର ସମାପ୍ତ ପରେ ଶ୍ରଦ୍ଧାପୂର୍ବକ ଭଗବାନଙ୍କ ଠାରୁ ଆଶିର୍ବାଦ ନେଇ ଆପଣଙ୍କ ମନସ୍କାମନା ପ୍ରକାଶ କରିବେ । ତେବେ ଯାଇ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.