ମୁଖ୍ୟ ଶାସନ ସଚିବଙ୍କ ନାଁରେ ସିଂହଦ୍ବାର ଥାନାରେ ଏତଲା, ଜଗନ୍ନାଥ ସେନା କହିଲା ନିୟମ ଭାଙ୍ଗିଛନ୍ତି ସୁରେଶ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଶ୍ରୀ ମନ୍ଦିର ଦର୍ଶନକୁ ନେଇ ଅଭିଯୋଗ l ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଡା କଟକଣା ଥିବାବେଳେ ସୁରେଶ ମହାପାତ୍ର କିପରି ଦର୍ଶନ କଲେ ବୋଲି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା l ଏ ନେଇ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସିଂହଦ୍ୱାର ଥାନାରେ ଲିଖିତ ଏତଲା ଦେଇଛନ୍ତି l

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ଅଭିଯାଗ କରିଛନ୍ତି:-

  • ସୁରେଶ ମହାପାତ୍ର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଉପାଧ୍ୟକ୍ଷ ରହିଛନ୍ତି l ସେହି ଆଧାର ରେ ସେ ଶ୍ରୀମନ୍ଦିର ସମ୍ପର୍କିତ କାର୍ଯ୍ୟରେ ଶ୍ରୀମନ୍ଦିରକୁ ଯାଇପାରିବେ l କିନ୍ତୁ ଗତକାଲି ସେ ମୂଖ୍ୟ ଶାସନ ସଚିବ ଭାବେ ମନୋନୀତ ହେବାପରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ ଯାହା ଦର୍ଶନ ପାଇଁ ଜାରି ହୋଇଥିବା ଏସଏପିକୁ ଉଲଂଘନ କରୁଛି। ଶ୍ରୀମନ୍ଦିର ପ୍ରଶାସନ କରିଥିବା sopକୁ  ସେ ଅମାନ୍ୟ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଜଗନ୍ନାଥ ସେନା l
  • ୨୩ ରୁ ୨୫ ତାରିଖ ସେବାୟତ,୨୫ରୁ ୩୧ ପୁରୀର ବିଭିନ୍ନ ୱାର୍ଡ ବାସିନ୍ଦା ମନ୍ଦିରକୁ ଯିବେ, ୧,୨ ତାରିଖ ମନ୍ଦିର ବନ୍ଦ ରହିବ ଓ ୩ ପରେ ସାଧାରଣ ଦର୍ଶନ ହେବ ବୋଲି ପୁରୀ ମନ୍ଦିର ପ୍ରଶାସନ ତରଫରୁ ଏସଓପି ଜାରି ହୋଇଛି କିନ୍ତୁ  ଏହାକୁ ଉଲଂଘନ କରିଛନ୍ତି ନବ ନିଯୁକ୍ତ  ମୁଖ୍ୟଶାସନ ସଚିବ।
  • ଗତ କାଲି ଭାରତର ସେନା ଉପାଧ୍ୟକ୍ଷ ଲେପ୍ଟନାଣ୍ଟ ଜେନେରାଲ  ହରିନ୍ଦର ସିଂ ସାଇନ ପୁରୀ ଆସିଥିଲେ। କିନ୍ତୁ ମନ୍ଦିରରେ ଲାଗୁ ହୋଇଥିବା ଏସଓପିକୁ  ପାଳନ କରି ବାହାରୁ  ପତିତପାବନଙ୍କୁ ଦର୍ଶନ କରି ଫେରିଯାଥିଲେ। ଯଦି ଲେଫ୍ଟନାଣ୍ଟ  ଜେନେରାଲ ନିୟମକୁ ସମ୍ମାନ ଦେଇ ପାରୁଛନ୍ତି  ମୁଖ୍ୟ ଶାସନ ସଚିବ କାହିଁକି ସମ୍ମାନ ଦେଲେ  ନାହିଁ ବୋଲି ପ୍ରଶ୍ନ କରିଛି ଜଗନ୍ନାଥ ସେନା।
  • ସେହିଭଳି ଆଇଜି ଆଶିଷ ସିଂ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ନେଇ ମକ୍ ଡ୍ରିଲ କରିବାକୁ  ଆସିଥିଲେ । କିନ୍ତୁ ନିୟମକୁ ସମ୍ମାନ ଜଣାଇ  ସେ ମଧ୍ୟ ମନ୍ଦିର ଭିତରକୁ  ଯାଇନଥିଲେ ।
  • ଯେଉଁଠି ରାଜ୍ୟର ମୁଖ୍ୟମନ୍ତ୍ରୀ ନିୟମକୁ ସମ୍ମାନ ଜଣାଇ ମନ୍ଦିର ଭିତରକୁ  ଯାଉନାହାନ୍ତି, ମନ୍ଦିର ଚାରିପଟେ ବୁଲି ଫେରିଯାଉଛନ୍ତି, ସେଠି ମୁଖ୍ୟ ଶାସନ ସଚିବ  କହିଁକି ନିୟମ ଭାଙ୍ଗିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ।
  • ଯଦି ଆଇନ ତିଆରି କରି ସୁରେଶ ମହାପ୍ରାତ୍ର ଆଇନ ଭାଙ୍ଗିଛନ୍ତି ତେବେ ତାଙ୍କୁ ବିରୋଦ୍ଧରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ସୁରେଶ ମହାପାତ୍ର ପକେଟରେ ଆଇନ ପୁରାଇ ଚେୟାର ଉପରେ ବସିଛନ୍ତି, ଲୋକଙ୍କୁ  ଦିନବେଳା ଲଣ୍ଠନ ଦେଖାଉଛନ୍ତି ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.