Below header

ନେପାଳର ଫକୀର ଭାରତରେ ମାଲାମାଲ, ଆପଣଙ୍କ ପରିଚିତ ଲୋକଟିଏ ଜାଣନ୍ତୁ କିଏ?

ଆଚାର୍ଯ୍ୟ ବାଳକୃଷ୍ଣ । ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ । ପତାଞ୍ଜଳୀର ପୁରା ଦାଇତ୍ୱ ତାଙ୍କ କାନ୍ଧରେ ଅଛି । ୨୩ଅଗଷ୍ଟକୁ ହୃଷିକେଶ ସ୍ଥିତ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । କୁହାଯାଉଛି ବାଳକୃଷ୍ଣଙ୍କୁ ବେହୋସ ଅବସ୍ଥାରେ ପ୍ରଥମେ ହରିଦ୍ୱାର ଯୋଗପୀଠ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଋଷିକେଶର ଏମ୍ସକୁ ରେଫର କରିଦେଲେ । ରିପୋର୍ଟରୁ ଜଣାପଡିଛି ବାଳକୃଷ୍ଣଙ୍କୁ ହୃଦୟ ଜନିତ ସମସ୍ୟା ହୋଇଛି । ବାବା  ରାମଦେବଙ୍କ ପ୍ରବକ୍ତା ଏସ କେ ତିଜାଡା ଗଣମାଧ୍ୟମକୁ କହିଛନ୍ତି ବାଳକୃଷ୍ଣଙ୍କ ଅବସ୍ଥା ସ୍ଥିର ଅଛି ଚିନ୍ତା କରିବାର କିଛି କାରଣ ନାହିଁ । କିନ୍ତୁ ହରିଦ୍ୱାର ହସ୍ପିଟାଲ ଡାକ୍ତର କହିଛନ୍ତି ଯେତେବେଳେ ସେ ଏଠାକୁ ଆସିଲେ କଥା କହି ପାରୁନଥିଲେ । ବର୍ତ୍ତମାନ ମେଡିକାଲ ଟେଷ୍ଟରୁ ତାଙ୍କର ସବୁ ରିପୋର୍ଟ ନର୍ମାଲ ଅଛି ହେଲେ ନ୍ୟୁରୋ ସମ୍ବନ୍ଧିତ ସମୟକୁ ନଜରରେ ରଖି ଡାକ୍ତର ତାଙ୍କୁ ଏମ୍ସ ପାଇଁ ରେଫର କରିଦେଇଥିଲେ । ସଂଯୋଗ ତ ଦେଖନ୍ତୁ, ବାଳକୃଷ୍ଣ ନିଜେ ହୃଦୟ ଜନିତ ସମସ୍ୟାକୁ ନେଇ ଅସୁସ୍ଥ ହେବାର କିଛି ସମୟ ପୂର୍ବରୁ ଏକ ଟ୍ୱିଟ କରିଥିଲେ କି ହୃଦୟ ରୋଗରୁ କେମିତି ବଞ୍ଚିବେ ।

balakrushanବାଳକୃଷ୍ଣଙ୍କ ବିଷୟରେ ଜାଣନ୍ତୁ

ତାଙ୍କ ପୂରା ନାଁ ବାଳକୃଷ୍ଣ ଦ୍ଵିବେଦୀ । ବାଳକୃଷ୍ଣଙ୍କ ବାପା ଜୟ ବଲ୍ଲଭ ଉତ୍ତରାଖଣ୍ଡର ଏକ ଆଶ୍ରମରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ତାପରେ ସେ ନିଜ ଦେଶ ନେପାଳ ଚାଲି ଯାଇଥିଲେ । ଜୟ ବଲ୍ଲଭ ଓ ସୁମିତ୍ରାଙ୍କର ୬ ସନ୍ତାନ, ସେମାନଙ୍କ ଭିତରୁ ଜଣେ ଥିଲେ ବାଳକୃଷ୍ଣ । ବାଳକୃଷ୍ଣଙ୍କ ଜନ୍ମ ପରେ ବଲ୍ଲଭ ଗାଁକୁ ଫେରିଥିଲେ ଓ ସେଠାରେ କୃଷି କାର୍ଯ୍ୟ କରିବାକୁ ଲାଗିଲେ । ତାର କିଛି ବର୍ଷ ପରେ ୧୨ ବର୍ଷୀୟ ବାଳକୃଷ୍ଣ ହରିୟାଣା ଆସିଲେ ପାଠ ପଢିବା ପାଇଁ । ତାଙ୍କୁ ଆରମ୍ଭରୁ ଯୋଗ ଅଭ୍ୟାସ କରିବା, ଆୟୁର୍ବେଦ ପ୍ରତି ଦୁର୍ବଳତା ଥିଲା । କିଛି ବର୍ଷ ପରେ ବାଳକୃଷ୍ଣ ଆୟୁର୍ବେଦ ବିଷୟରେ ଅଧ୍ୟୟନ କରିବା ପାଇଁ ଗଂଗୋତ୍ରୀ ଚାଲି ଆସିଲେ ।

ଏହାସହ ପଢ଼ନ୍ତୁ : କାହିଁକି ଭଗବାନ ଶ୍ରୀକୃଷ୍ଣ ନିଜ ପୁତ୍ରକୁ ଦେଇଥିଲେ କୁଷ୍ଠ ରୋଗ ହେବାର ଅଭିଶାପ, ବଡ ରୋଚକ ଏହା ପଛର କାହାଣୀ

ସେହିଠାରେ ରାମଦେବ ପହଁଚିଲେ କିଛି ବର୍ଷ ପରେ । ୧୯୯୩ରେ ରାମଦେବ ଓ ବାଳକୃଷ୍ଣ ହରିଦ୍ୱାର ଫେରିଲେ । ରାମଦେବ ଯୋଗ ଶିଖାଇବା ଆରମ୍ଭ କଲେ, ବାଳକୃଷ୍ଣ ଚୁରଣ ବନେଇବା ଆରମ୍ଭ କରିନେଲେ । ମଧୁସୂଦନ ଚୂର୍ଣ୍ଣ ପାଇଁ ସଫଳତା ପାଇଲେ ବାଳକୃଷ୍ଣ । ରାମଦେବ ଓ ବାଳକୃଷ୍ଣ ଏହାକୁ ବିକିବା ପାଇଁ ଆସାମ ଗଲେ । ସେଠାରେ ଏକ ଜିଲ୍ଲାରେ କଲେରା ବା ହଇଜା ଓ ମ୍ୟାଲେରିଆ ରୋଗ ବ୍ୟାପିଥିଲା । ଏହି ଦୁଇଜଣ ସେଠାରେ କାମରେ ଲାଗି ପଡିଲେ । ଆରମ୍ଭରେ ସୀମାନ୍ତବର୍ତ୍ତୀ ଲୋକଙ୍କୁ ଲାଗିଲା ଏମାନେ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ।

ramdev babbaଏମାନଙ୍କୁ ବିଶ୍ୱାସକୁ ନେଲେ ନାହିଁ । ଯେତେବେଳେ ଚୂର୍ଣ୍ଣ କାମ ଦେବାକୁ ଲାଗିଲା ସେମାନଙ୍କ ବିଶ୍ୱାସ ବଦଳିଗଲା, ଏମାନଙ୍କୁ ସେଠାରେ କୌଣସି ଅସୁବିଧା ହେବନାହିଁ ବୋଲି ଭରସା ଦିଆଗଲା । ୫ ଜାନୁଆରୀ ୧୯୯୫ରେ ରାମଦେବ ଓ ବାଳକୃଷ୍ଣ ଦିବ୍ୟ ଫାର୍ମାସି ରେଜିଷ୍ଟ୍ରେସନ କଲେ । କଙ୍ଖଳ ଅଞ୍ଚଳରେ ଚାରି ରୁମ ବିଶିଷ୍ଟ ଏକ ଫାର୍ମ ଆରମ୍ଭ କଲେ । ଏହି କାରଖାନା ରେ ଔଷଧ ପ୍ରସ୍ତୁତ ହେଲା ଓ ଆୟୁର୍ବେଦ ହସ୍ପିଟାଲ ବି ସେହିଠାରେ ଚାଲିଲା । ଏବେ ଏହି ଚାରି ଗୃହ ଚାରି ତାଲାରେ ବଦଳି ଯାଇଛି । ଔଷଧ ପରେ ପ୍ରଥମ ପ୍ରଡକ୍ଟ ଥିଲା ଚ୍ୟଵନପ୍ରାସ । ୨୦୦୬ରେ ପତଞ୍ଜଳି ଆୟୁର୍ବେଦ ର ସ୍ଥାପନ କରାଗଲା । ଏଥିପାଇଁ ଗୋବିନ୍ଦ ଅଗ୍ରୱାଲ ଏକ କୋଟି ଦେଲେ ଓ ଦିଲ୍ଲୀରେ ପତଞ୍ଜଳି ଆୟୁର୍ବେଦ ପାଇଁ ପପୁଲ ୭ କୋଟି ଦେଲେ ।

balrk_ଆରମ୍ଭରେ ଔଷଧ ଓ ନୀତି ଦିନିଆ ପ୍ରଡକ୍ଟ ତିଆରି ହେଲା । ପରେ ୟୁକେରେ ରହୁଥିବା ଶ୍ରବଣ ଓ ସୁନିତା ୫୦ କୋଟି ଦେଲେ , ବ୍ୟାଙ୍କ ୨୦୦୭ରେ ୧୦ କୋଟି ଲୋନ ଦେଲେ । ଏହାପରେ ବାଳକୃଷ୍ଣ ୯୪ ପ୍ରତିଶତର ମାଲିକ ହେଲେ ବାକି ୬ ପ୍ରତିଶତର ମାଲିକ ରହିଲେ ଉଦ୍ଧାର ଦେଇଥିବା  ପରିବାର । ଏମାନେ ମାତ୍ର ୩ ବର୍ଷରେ  ୨୫୦ କୋଟିର ନିବେଶ ପାଇଲେ । ପତଞ୍ଜଳିର ନୂଆ କମ୍ପାନୀରେ ରାମଦେବଙ୍କ ଭାଇ ରାମ ଭରତଙ୍କର କିଛି ଅଂଶ ମାଲିକାନା ଅଛି । ଫୋବ୍ସ ର ୨୦୧୭ ରିପୋର୍ଟ କହୁଛି ୨୫ ହଜାର ୬୦୦ କୋଟି ର ମାଲିକ ଅଛନ୍ତି ବାଳକୃଷ୍ଣ ୯୮ ପ୍ରତିଶତ ୫ର ମାଲିକ ଅନ୍ଲାଇଷ୍ଟେଡ଼ କମ୍ପାନିରେ ଅଛି । ଦେଖନ୍ତୁ ସେ କେଉଁଠୁ ଆସି କେଉଁ ଜାଗାରେ ପହଁଚି ଗଲେ ।  ନେପାଳରୁ ଭାରତ ଆସିଥିଲେ ସଂସ୍କୃତ ଓ ଯୋଗ ଶିଖିବାକୁ ହେଲେ ଆଜି ପୂରା ଭାରତକୁ କାରବାରର ପାଠ ପଢାଉଛନ୍ତି ।

ଅସୁସ୍ଥ ଥିବା ବାଲକୃଷ୍ଣଙ୍କୁ ଋଷିକେଶ ଏମ୍‌ସରୁ ଛୁଟି ମିଳିଛି । ସେ ଏବେ କଙ୍ଖଳ ସ୍ଥିତି ଦିବ୍ୟ ଯୋଗ ମନ୍ଦିର ଆଶ୍ରମରେ ବିଶ୍ରାମ ନେଉଛନ୍ତି । ତେବେ ବାହାର ଖାଦ୍ୟ ଖାଇ ସେ ଅସୁସ୍ଥ ହୋଇଥିବାରୁ କେହି ଜାଣିଶୁଣି ଏଭଳି କରିଛି ବୋଲି ସ୍ୱାମୀ ରାମଦେବ କହିଛନ୍ତି ଏବଂ ଘଟଣାର ପୂରା ଯାଞ୍ଚ କରିବା ଲାଗି ସେ ନିର୍ଦ୍ଦେଶ ବି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.