Below header

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ଦେବ ଦୀପାବଳି, କ’ଣ ରହିଛି ଏହାର ମହତ୍ୱ?

ଦେବ ଦୀପାବଳି ପର୍ବ ବାରଣାସୀରେ ବଡ ଧୂମଧାମର ସହ ପାଳନ କରାଯାଇଥାଏ। ଦେବ ଦୀପାବଳି ଦିନ ବାରଣାସୀ ଘାଟ ଦୀପ ଦ୍ୱାରା ସଜ୍ଜିତ ହୋଇଥାଏ। ଏହି ଦିନ ପୁରା ବନାରସ ସହର ଆଲୋକରେ ଝଲସି ଉଠିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଦେବ ଦୀପାବଳି ସମୟରେ ଦେବଲୋକରୁ ସମସ୍ତ ଦେବତା ବାରାଣସୀରେ ଖୁସି ମନାଇବାକୁ ଆସିଥାନ୍ତି। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ଏହି ପର୍ବ କେବେ ପାଳନ କରାଯିବ ଏବଂ ଏହି ପର୍ବର ଧାର୍ମିକ ମହତ୍ୱ କ’ଣ ରହିଛି।

ଦେବ ଦୀପାବଳି ପ୍ରତି ପର୍ଷ ମୁଖ୍ୟ ଦୀପାବଳି ଠାରୁ ୧୫ ଦିନ ପରେ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ୨୯ ନଭେମ୍ବର ଦିନ ପାଳନ କରାଯିବ।

ଦେବ ଦୀପାବଳି ପାଳନ କରିବାର ଶୁଭ ମୂହୁର୍ତ୍ତ- ସଂଧ୍ୟା ୫.୦୮ ମିନିଟ୍‌ ରୁ ୭.୪୭ ମିନିଟ୍‌।

Diwali-ଦେବ ଦୀପାବଳିର ଧାର୍ମିକ ମହତ୍ୱ

ମାନ୍ୟତା ରହିଛି କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷସର ବଧ କରିଥିଲେ। ତ୍ରିପୁରାସୁରର ବଧ ପରେ ସମସ୍ତ ଦେବା-ଦେବୀ ପୃଥିବୀ ପୃଷ୍ଠକୁ ଆସି ଦୀପ ଜଳାଇ ଖୁସି ମନାଇଥିଲେ। ସେହିଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳି ପାଳନ କରିବାର ପରାମ୍ପରା ଚାଲି ଆସୁଛି। ଏହି ଦିନ ଦୀପ ଦାନ କରିବାର ବିଶେଷ ମହତ୍ତ୍ୱ ମଧ୍ୟ ରହିଛି।

dev diwaliଏହି ଦିନ କରାଯାଇଥାଏ ଗଙ୍ଗା ସ୍ନାନ

କାର୍ତ୍ତିକ ମାସର ପୂର୍ଣ୍ଣିମା ତ୍ରିପୁରୀ ପୂର୍ଣ୍ଣିମା କିମ୍ବା ଗଙ୍ଗା ସ୍ନାନ ନାମରେ ମଧ୍ୟ ଜଣାଶୁଣା। ଶାସ୍ତ୍ରରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନ କରିବାର ଅନେକ ମହତ୍ୱ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ମାନ୍ୟତା ରହିଛି ଏହି ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ପୁରା ବର୍ଷ ଗଙ୍ଗା ସ୍ନାନ କରିବାର ଫଳ ମିଳିଥାଏ। ଏଥିସହ ଏହି ଦିନ ଗଙ୍ଗା ସହ ପବିତ୍ର ନଦୀ ଏବଂ ତୀର୍ଥ କ୍ଷେତ୍ରରେ ସ୍ନାନ କରିବା ଦ୍ୱାରା ବିଶେଷ ପୁଣ୍ୟ ପ୍ରାପ୍ତି ହେବା ସହ ସମସ୍ତ ପାପ ନାଶ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.