ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ, ଘରେ ନିଆଁ ଲଗାଇ ଦେଲେ

କେନ୍ୟୁଜ ବ୍ୟୁରୋ : ମହିଳାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୋଲଗଡ ବ୍ଲକ କଡବ ଗାଁରେ । ଜମିଜମା ବିବାଦକୁ କେନ୍ଦ୍ର କରି ମହିଳାଙ୍କୁ ଗାଁର କିଛି ଲୋକ ମାଡ ମାରିଥିବା ଜଣାପଡିଛି । ଏପରିକି ତାଙ୍କ ଘରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଏନେଇ ବେଗୁନିଆ ଥାନାରେ ଏତଲା ଦେଇଛନ୍ତି ମହିଳା । ସେପଟେ ଗାଁର କିଛି ଲୋକଙ୍କ ଚାପରେ ଉଭୟଙ୍କ ନାମରେ ଦୁଇଟି ମାମଲା ରୁଜୁ କରି ପୋଲିସ ଚୁପ ବସି ପଡିଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.