କେଉଁ ବୟସରେ ହେବ ଆପଣଙ୍କ ବିବାହ, ଜାଣନ୍ତୁ କ’ଣ କହୁଛି ହସ୍ତରେଖା ଶାସ୍ତ୍ର

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ହାତର ରେଖାରୁ ହିଁ ବ୍ଯକ୍ତିଙ୍କ ଜୀବନ ବିଷୟରେ କିଛି ଜାଣିବାକୁ ମିଳିଥାଏ। କୁହାଯାଇଥାଏ ହାତର ରେଖା କୌଣସି ବ୍ଯକ୍ତିଙ୍କ ଜୀବନର ରହସ୍ଯ ବିଷୟରେ ଜଣାଇବାରେ ସକ୍ଷମ ହୋଇଥାଏ। ହାତର ରେଖା ମାଧ୍ଯମରେ ବ୍ଯକ୍ତିଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ଯତ ଏହି ତିନଟି ରାଜ୍ ବିଷୟରେ ଜଣାପଡିଥାଏ।
ପ୍ରତ୍ଯେକ ମାତା-ପିତା ନିଜ ସନ୍ତାନର ବିବାହକୁ ନେଇ ଖୁବ୍ ଚିନ୍ତିତ ରହିଥାନ୍ତି। ଏନେଇ ହାତର ରେଖାରୁ ମଧ୍ଯ ବିବାହ ଯୋଗର ଅନ୍ଦାଜ୍ କରାଯାଇପାରିବ। ହସ୍ତରେଖା ବିଜ୍ଞାନ ବିଶେଷଜ୍ଞଙ୍କ ମୁତାବକ ହାତର ରେଖାରୁ କେଉଁ ବ୍ଯକ୍ତିଙ୍କ ବିବାହ କେଉଁ ବୟସରେ ହେବ ତାହା ସହଜରେ ଜଣାପଡିଥାଏ। ତେବେ ଜାଣନ୍ତୁ କ’ଣ କହିଥାଏ ହାତ ରେଖା।
ବିବାହ ରେଖା ସର୍ମ୍ପକରେ ଜାଣିବା ପୂର୍ବରୁ ପ୍ରଥମେ ହୃଦୟ ରେଖା କେଉଁଟା ଜାଣିବା ଜରୁରୀ। ପ୍ରତ୍ଯେକ ବ୍ଯକ୍ତିଙ୍କ ଆଙ୍ଗୁଳିର ତଳ ଭାଗରେ ଏକ ରେଖା ରହିଥାଏ, ଯାହା ସାମାନ୍ଯ ଭାବେ ଉପରକୁ ଯାଇଥାଏ। ଏହି ରେଖାକୁ ହୃଦୟ ରେଖା କୁହାଯାଇଥାଏ। ବିବାହ ରେଖା ହୃଦୟ ରେଖା ଏବଂ କନିଷ୍ଠା ଆଙ୍ଗୁଳି (କାଣି ଆଙ୍ଗୁଳି) ମଧ୍ଯରେ ହୋଇଥାଏ। ଏହି ରେଖା ହାତର ପଛ ଭାଗକୁ ଯିବାର ଦେଖାଯାଇଥାଏ। ହୃଦୟ ରେଖା ଏବଂ କନିଷ୍ଠା ଆଙ୍ଗୁଳି ମଧ୍ଯରେ ଯେଉଁ ରେଖା ସ୍ପଷ୍ଟ ଦେଖାଯାଇଥାଏ ତାହାକୁ ବିବାହ ରେଖା କୁହାଯାଏ। ଯଦି ସେହି ସ୍ଥାନରେ ୩ ରୁ ୪ଟି ବିବାହ ରେଖା ଥାଏ ତେବେ ଏହା ପ୍ରେମ ସମ୍ବନ୍ଧକୁ ଦର୍ଶାଇ ଥାଏ।
ଯଦି କୌଣସି ବ୍ଯକ୍ତିଙ୍କ ହାତରେ ବିବାହ ରେଖା ହୃଦୟ ରେଖା ପାଖରେ ରହିଥାଏ ତେବେ ସେହି ବ୍ଯକ୍ତିଙ୍କ ବିବାହ ୨୫ ବର୍ଷ ମଧ୍ଯରେ ହୋଇଥାଏ। ବିବାହ ରେଖା କନିଷ୍ଟା ଆଙ୍ଗୁଳିର ଯେତେ ନିକଟତର ହୋଇଥାଏ ବିବାହ ସେତିକି ଡେରିରେ ହୋଇଥାଏ। ଯଦି ବିବାହ ରେଖା କନିଷ୍ଠା ଆଙ୍ଗୁଳି ଏବଂ ହୃଦୟ ରେଖାର ମଝିରେ ରହିଥାଏ ତେବେ ବିବାହ ୩୦ ରୁ ୩୨ ବର୍ଷ ବୟସରେ ହୋଇଥାଏ। ସେହିଭଳି ବିବାହ ରେଖା କନିଷ୍ଠା ଆଙ୍ଗୁଳିର ପାଖରେ ଥିଲେ ବିବାହ ବହୁତ ଡେରି ହୋଇଥାଏ ଏବଂ ବିବାହ ରେଖା ହୃଦୟ ରେଖା ନିକଟରେ ଥିଲେ ବିବାହ ଜଲଦି ହୋଇଥାଏ।