Below header

ବର୍ଷର ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ଦୃଶ୍ୟମାନ

ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ୧୪ ଡିସେମ୍ବର ୨୦୨୦ରେ ହେବାକୁ ଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୩୦ ନଭେମ୍ବରରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିଥିଲା। ଜ୍ୟୋତିଷଶାସ୍ତ୍ରରେ ଗ୍ରହଣକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା ୧୪ ଡିସେମ୍ବରରେ ଲାଗିବାକୁ ଯାଉଥିବା ବର୍ଷର ଶେଷ ସୂର୍ଯ୍ୟ ପରାଗ ବିଷୟରେ ସମସ୍ତ ତଥ୍ୟ।

ଜାଣନ୍ତୁ କେବେ ପଡୁଛି ବର୍ଷର ଶେଷ ସୂର୍ଯ୍ୟ ପରାଗ

ବର୍ଷର ଶେଷ ସୂର୍ଯ୍ୟ ପରାଗ ୧୪ ଡିସେମ୍ବର ୨୦୨୦ରେ ପଡୁଛି। ଭାରତୀୟ ସମୟାନୁସାରେ ଏହି ସୂର୍ଯ୍ୟ ପରାଗ ସଂଧ୍ୟା ୭.୦୩ ମିନିଟ୍ ରେ ଆରମ୍ଭ ହୋଇ ୧୫ ଡିସେମ୍ବର ରାତି ୧୨.୨୩ ମିନିଟ୍ ରେ ଶେଷ ହେବ।

solar୨୦୨୦ ବର୍ଷରେ କେତୋଟି ସୂର୍ଯ୍ୟ ପରାଗ

ଚଳିତ ବର୍ଷ ସମୁଦାୟ ୬ଟି ପରାଗ ଏବଂ ଗ୍ରହଣ ରହିଥିଲା। ଯେଉଁଥିରେ ୪ଟି ଚନ୍ଦ୍ର ଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ। ଏନେଇ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଗତ ୨୧ ଜୁନ୍ ୨୦୨୦ ରେ ଲାଗିଥିଲା ବେଳେ ଶେଷ ସୂର୍ଯ୍ୟ ପରାଗ ୧୪ ଡିସେମ୍ବରରେ ରହିଛି।

solar eclipsକେଉଁଠାରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ

ଏହି ସୂର୍ଯ୍ୟ ପରାଗ ସାଉଥ୍ ଆମେରିକା, ସାଉଥ୍ ଆଫ୍ରିକା, ଆଣ୍ଟାଲାଟିକ୍, ହିଂଦ ମହାସାଗର ଏବଂ ପ୍ରଶାନ୍ତ ମହାସାଗରର କିଛି ଭାଗରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.