ଏଠାରେ ମହିଳାଙ୍କୁ ସାଢ଼ି ସହିତ ବ୍ଲାଉଜ୍‌ ପିନ୍ଧିବାକୁ ଦିଆଯାଏନାହିଁ ଅନୁମତି, ଜାଣନ୍ତୁ କାହିଁକି

ଭାରତୀୟ ମହିଳାଙ୍କ ପୋଷାକ ପରିଧାନରେ ସାଢ଼ିର ବିଶେଷ ଭୂମିକା ରହିଛି। ଏହି ସାଢ଼ିକୁ ଅଧିକ ଆକର୍ଷଣ କରିବା ପାଇଁ ମହିଳାମାନେ ବ୍ଲାଉଜକୁ ନିଜ ଫ୍ୟାସନ ଅନୁଯାୟୀ ପିନ୍ଧନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଭାରତରେ ଏକ ଏମିତି ସ୍ଥାନ ଅଛି ଯେଉଁଠି ମହିଳା ସାଢ଼ି ସହିତ ବ୍ଲାଉଜ୍‌ ପିନ୍ଧନ୍ତି ନାହିଁ। ଏବେ ଆପଣ ଭାବୁଥିବେ ଏମିତି କେମିତି ହୋଇଥାଏ, ତେବେ ଆମେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହା ପଛରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ।

blouse womenଛତିଶଗଡର ଆଦିବାସୀ ମହିଳା ବିନା ବ୍ଲାଉଜରେ ସାଢ଼ି ପିନ୍ଧନ୍ତି। ଏଠାକାର ପରାମ୍ପରା ଅନୁଯାୟୀ ମହିଳାଙ୍କୁ ବ୍ଲାଉଜ ପିନ୍ଧିବାକୁ ଅନୁମତି ଦିଆଯାଏନାହିଁ। ଏହି ଅଦ୍ଭୁତ ପରାମ୍ପରା ଅନୁଯାୟୀ ମହିଳା ନା ନିଜେ ବ୍ଲାଉଜ୍‌ ପିନ୍ଧନ୍ତି ତା ଅନ୍ୟ ମହିଳାଙ୍କୁ ପିନ୍ଧିବାକୁ ଦିଅନ୍ତି। ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଆରମ୍ଭରୁ ହିଁ ଏହି ପରାମ୍ପରାକୁ ମାନି ଆସୁଛନ୍ତି।

blouseଆଦିବାସୀ ମହିଳାଙ୍କ ଧାରଣା ଯେ ବିନା ବ୍ଲାଉଜରେ ସାଢ଼ି ପିନ୍ଧି କାମ କରିବାକୁ ସହଜ ହୋଇଥାଏ। ଏମିତିରେ ବ୍ଲାଉଜ୍‌ ପିନ୍ଧି କାମ କଲେ କାମ କରିବାରେ ସମସ୍ୟା ହୋଇଥାଏ ଏବଂ ବୋଝ ଉଠାଇବାରେ ସହଜ ହୋଇନଥାଏ। ସେହିଭଳି ଜଙ୍ଗଲ ଅଞ୍ଚଳରେ କରମ କାରଣରୁ ମହିଳା ବ୍ଲାଉଜ୍‌ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ସେହିପରି ସହରରେ ମଧ୍ୟ ବିନା ବ୍ଲାଉଜରେ ସାଢ଼ି ପିନ୍ଧିବାର ଏକ ଫ୍ୟାସନ ଚାଲୁଛି।