Below header

ଦମଦାର ଟେକ୍ନୋଲୋଜି ସହ ଭାରତୀୟ ବଜାରରେ ଲଞ୍ଚ ହେଲା KDM ହେଡ଼ଫୋନ

ଅଡିଓ ପ୍ରଡକ୍ଟ ନିର୍ମାଣକାରୀ କମ୍ପାନୀ କେଡିଏମ ଭାରତରେ ନିଜ ୱେୟାରଲେସ ବ୍ଲୁ ଟୁଥ ହେଡ଼ଫୋନ  KDM 851 ଲଞ୍ଚ କରିଛି । ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସୁହାଇବା ପରି ଏହାକୁ ଡିଜାଇନ କରାଯାଇଛି । ଏହା ମଧ୍ୟ ଏକ ଓଭର ହେଡ଼ ସ୍ମାର୍ଟଫୋନ । କମ୍ପାନୀ ତରଫରୁ ଦାବି କରାଯାଇଛିକି ଥରେ ଚାର୍ଜ ହେଲେ ଏହାର ବ୍ୟାଟେରୀ ଆରାମରେ ୭ ରୁ ୮ ଘଣ୍ଟା ପାଇଁ ଚାଲିପାରିବ । ଏହି ହେଡ଼ ଫୋନ ଟିରେ ଏଚଡ଼ି ଅଡିଓର ସୁବିଧା ବି ଦିଆଯାଇଛି । କଳିଙ୍ଗ ଥିରେ ଏକ ମାଇକ ବ୍ୟବସ୍ଥା ମଧ୍ୟ ରହିଛି । ଏଥିରେ ଥିବା ବ୍ଲୁ ଟୁଥ ୪.୨ର ରେଞ୍ଜ ୧୦ ମିଟର ପର୍ଯ୍ୟନ୍ତ ହିଁ ରହିଛି । କମ୍ପାନୀ ତରଫରୁ ଏହାର ଦର ୧,୪୯୯ ଟଙ୍କା ରଖାଯାଇଥିବା ବେଳେ ଓଜନ ରହିଛି ମାତ୍ର ୨୫୦ ଗ୍ରାମ ।

headphone

କେଡିଏମ 851H ହେଡ଼ଫୋନର ବ୍ୟବହାର ଗେମ ଖେଳିବା, ଭିଡିଓ ଚାଟ କରିବା, ମ୍ୟୁଜିକ ଶୁଣିବା ବା କଳିଙ୍ଗ କରିବା କାମରେ ବ୍ୟବହାର କରାଯାଇ ପାରିବ । ଏହି ହେଡ଼ ଫୋନରେ ଆପଣଙ୍କୁ ନଏଜ କାଂଶୀଲେସନର ସୁବିଧା ବି ମିଳିପାରିବ । କମ୍ପାନୀ ତରଫରୁ ଦାବି କରାଯାଇଛିକି ଏଥିରେ ଦିଆଯାଇଥିବା ୫୦୦ ମହା କ୍ଷମତାର ବ୍ୟାଟେରୀ ମାତ୍ର ୨ ଘଣ୍ଟା ସମୟ ମଧ୍ୟରେ ଫୁଲ ଚାର୍ଜ ହୋଇଯିବ । ଏହି ହେଡ଼ ଫୋନଟି ବ୍ଲାକ, ହ୍ୱାଇଟ ତଥା ରେଡ ପରିଆକର୍ଷଣୀୟ କଲରରେ ଉପଲବ୍ଧ ହେଉଛି । କମ୍ପାନୀ ତରଫରୁ ୧ ବର୍ଷର ୱାରେଣ୍ଟି ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.