ତିଆରି ହେଲା ରୋନାଲଡୋଙ୍କ ପେପ୍‌ର ଷ୍ଟାଚ୍ୟୁ, ଉଚ୍ଚତା ୪ ମହଲା କୋଠା ସହିତ ସମାନ

କ୍ରିଷ୍ଟିୟାନୋ ରୋନାଲଡୋ ଫୁଟବଲ୍‌ ଜଗତର ଏକ ଏମିତି ନାଁ, ଯାହାଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ନିକଟରେ ଇଟାଲୀରେ ଆୟୋଜିତ ଏକ କାର୍ନିଭାଲ ଅବସରରେ ରୋନାଲଡୋଙ୍କ ଏକ ପେପର ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି। ଏହି ଷ୍ଟାଚ୍ୟୁ ୪ ମହଲା ବିଶିଷ୍ଟ କୋଠା ସହ ସମାନ ବୋଲି କୁହାଯାଉଛି। ବିଶ୍ୱର ଲୋକପ୍ରିୟ ଓ ପ୍ରସିଦ୍ଧ ବ୍ୟକ୍ତିଙ୍କ ପାଇଁ ଏହି କାର୍ନିଭାଲ ଆୟୋଜନ କରାଯାଏ। ରୋନାଲଡୋଙ୍କ ଏହି ସ୍ୱତନ୍ତ୍ର ଷ୍ଟାଚ୍ୟୁକୁ ରୋବୋଟ ଭଳି ଲୁକ୍‌ ଦେଇ ତାହା ଉପରେ ସିଲଭର୍‌ କଲର୍‌ ଦିଆଯାଇଛି।

ଏହି ଷ୍ଟାଚ୍ୟୁକୁ ଧରି ହଜାର ହଜାର ଲୋକ ଏକ ପରେଡରେ ବାହାରିଥିଲେ। ନିକଟରେ ପର୍ତ୍ତୁଗାଲର ଜଣେ ଚକୋଲେଟ ନିର୍ମାତା ଜର୍ଜ କାରାଡୋସୋ ଚକୋଲେଟରେ ରୋନାଲଡୋଙ୍କ ଷ୍ଟାଚ୍ୟୁ ନିର୍ମାଣ କରିଥିଲେ। ଏହି ଷ୍ଟାଚ୍ୟୁ ନିର୍ମାଣ ପାଇଁ ୧୨୦ କିଲୋ ଚକୋଲେଟ ବ୍ୟବହାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.