କେତେ ହଜାର ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲେ ଭଗବାନ ଶଙ୍କର? ଜାଣନ୍ତୁ ପୌରାଣିକ ଏବଂ ପ୍ରତ୍ନତତ୍ତ୍ୱବିିତ୍ ପ୍ରମାଣ
ଓଁ ନମଃ ଶିବାୟ। ମାତା ସତି ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କର କେବେ ଏବଂ କେତେ ହଜାର ବର୍ଷ ପୂର୍ବରୁ ହୋଇଥିଲେ? ଏନେଇ ନିଶ୍ଚିନ୍ତ ଆପଣମାନଙ୍କ ମନରେ ପୌରାଣିକ ଏବଂ ପ୍ରତ୍ନତତ୍ତ୍ୱ ସମ୍ବନ୍ଧୀୟ ପ୍ରଶ୍ନ ଉଙ୍କି ମାରୁଥିବ। ତେବେ ଆଜି ଆମେ ଆପଣଙ୍କୁ ଏହା ସମ୍ପର୍କିତ କିଛି ଖାସ୍ ତଥ୍ୟ ବିଷୟରେ ଜଣାଇବୁ।
ପୌରାଣିକ ପ୍ରମାଣ:
-ଜୈନ ଧର୍ମର ୨୪ତମ ତୀର୍ଥକର ମହାବୀର ସ୍ୱାମୀଙ୍କ ଜନ୍ମ ୫୯୯ ଖ୍ରୀଷ୍ଟାଦ୍ଧ ପୂର୍ବରୁ ହୋଇଥିଲା। ଏହାର ୨୫୦ ବର୍ଷ ପୂର୍ବରୁ ଭଗବାନ ପାର୍ଶ୍ୱନାଥ ଥିଲେ। ଅର୍ଥାତ ଏବେଠାରୁ ଠିକ୍ ୨୮୬୯ ବର୍ଷ ପୂର୍ବରୁ ପାର୍ଶ୍ୱନାଥ ଥିଲେ। ପାର୍ଶ୍ୱନାଥଙ୍କ ସମୟରେ ଭଗବାନ ଶଙ୍କରଙ୍କ ପୂଜା କରାଯାଉଥିଲା।
-ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ୩୧୧୨ ଖ୍ରୀଷ୍ଟାଦ୍ଧ ପୂର୍ବରୁ ହୋଇଥିଲା। ଅର୍ଥାତ ଏବେଠାରୁ ଠିକ୍ ୫୧୩୨ ବର୍ଷ ପୂର୍ବରୁ କୃଷ୍ଣ ଥିଲେ। ତାଙ୍କ ସମୟରେ ମଧ୍ୟ ଭଗବାନ ଶଙ୍କରଙ୍କର ପୂଜା ହେଉଥିଲା। ଶ୍ରୀକୃଷ୍ଣ ରାମେଶ୍ୱରରେ ଶିବଲିଙ୍ଗ ସ୍ଥାପନା କରିଥିଲେ।
-ପୌରାଣିକ ଇତିହାସରେ ଭଗବାନଙ୍କ ନୀଳ ଅବତାର ପାଖାପାଖି ୧୬ ହଜାର ଖ୍ରୀଷ୍ଟାଦ୍ଧରେ ହୋଇଥିଲା।
ପୁରାତାତ୍ୱିକ ପ୍ରମାଣ:
-ହରପ୍ପା ଏବଂ ମହେଞ୍ଜୋଦାର ଖନନ ସମୟରେ ଏହି ପ୍ରମାଣ ମିଳିଥିଲା। ସିନ୍ଧୁ ଘାଟିରୁ ନଦୀ ଏବଂ ଶିବଲିଙ୍ଗର ପ୍ରମାଣ ମିଳିଥାଏ। ଆଇଆଇଟି ଖଡଗପୁର ଏବଂ ଭାରତୀୟ ପୁରାତତ୍ତ୍ୱ ବିଭାଗର ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ ଏହି ସଭ୍ୟତା ୮ହଜାର ବର୍ଷ ପୁରୁଣା ଥିଲା।
-ପ୍ରତ୍ନତାତ୍ତ୍ୱିକ ନିଷ୍କର୍ଷ ଅନୁସାରେ ପ୍ରାଚୀନ ସହର ମେସୋପୋଟେମିୟା, ଅସିରୀୟା, ମିଶ୍ର(ଇଜିପ୍ଟ), ସୁମେରିୟା, ବେବିଲୋନ ଏବଂ ରୋମନ ସଭ୍ୟତାରେ ମଧ୍ୟ ଶିବଲିଙ୍ଗ ପୂଜା କରାଯିବାର ପ୍ରମାଣ ମିଳିଛି।
-ଭାରତରେ ହଜାର ବର୍ଷ ପୂର୍ବେ ଶହ ଶହ ଶିବଲିଙ୍ଗ ରହିଆସିଛି, ଯାହାର ୧୨ଟି ଜ୍ୟୋର୍ତିଲିଙ୍ଗ ଏହାର ଉଦାହରଣ।
-ଇରାନକୁ ପ୍ରାଚୀନ ଯୁଗରେ ପାରସ୍ୟ ଦେଶ କୁହାଯାଉଥିଲା। ପାରସ୍ୟ ନିବାସୀଙ୍କ ଅତ୍ରି କୂଳ ବୋଲି କୁହାଯାଉଥିଲା। ଅତ୍ରି ଋଷି ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ, ଯାହାଙ୍କର ଏକ ପୁତ୍ର ଦତ୍ତାତ୍ରେୟ ଥିଲେ। ଅତ୍ରି ଲୋକମାନେ ସିନ୍ଧୁ ପାର୍ କରି ପାରସ୍ ଯାଇ ଯଜ୍ଞ ପ୍ରଚାର କରିଥିଲେ।
-ଶେଷରେ ଭଗବାନ ଶିବଙ୍କୁ ଆଦିଦେବ, ଆଦିନାଥ ଏବଂ ଆଦିଯୋଗୀ କୁହାଯାଉଥିଲା। ଆଦିର ଅର୍ଥ ସବୁଠାରୁ ପୁରୁଣା ପ୍ରାରମ୍ଭିକ, ପ୍ରଥମ ଏବଂ ଆଦିମ। ଭଗବାନ ଶିବ ଆଦିବାସୀଙ୍କ ଦେବତା।
-ଭଗବାନ ଶଙ୍କରଙ୍କର ୭ ଶିଷ୍ୟ ରହିଥିଲେ, ଯାହାଙ୍କୁ ସପ୍ତଋଷି ବୋଲି ଉଲ୍ଲେଖ କରାଯାଇଛି। ଏହି ଋଷିମାନେ ଶିବଙ୍କ ଜ୍ଞାନକୁ ସମ୍ପୂର୍ଣ୍ଣ ଧରିତ୍ରୀରେ ପ୍ରଚାରିତ କରିବା ପରେ ଭିନ୍ନ ଭିନ୍ନ ଧର୍ମ ଏବଂ ସଂସ୍କୃତି ଉତ୍ପନ୍ନ ହୋଇଥିଲା। ଉଲ୍ଲେଖ ରହିଛି ଭଗବାନ ଶଙ୍କର ଏହି ଶିଷ୍ୟଙ୍କୁ ପାଖାପାଖି ୪୦ ହଜାର ବର୍ଷ ପୂର୍ବରୁ ତିଆରି କରିଥିଲେ।