Below header

ଜାଣନ୍ତୁ କାହିଁକି ମଙ୍ଗଳସୂତ୍ରରେ କଳାମାଳି ଗୁନ୍ଥା ଯାଇଥାଏ

ହିନ୍ଦୁ ଧର୍ମରେ ମଙ୍ଗଳସୁତ୍ରକୁ ସବୁ ବିବାହିତା ମହିଳାଙ୍କ ପାଇଁ ବହୁତ ଜରୁରୀ ବୋଲି ଧରାଯାଏ। ଏହା ତାଙ୍କର ସ୍ବାମୀଙ୍କର ଜିବନ୍ତ ହେବାର ସଂକେତ ବୋଲି ଧରାଯାଏ। ଶାସ୍ତ୍ରରେ ମଙ୍ଗଳସୂତ୍ରର ବହୁତ ବଡ ମହତ୍ତ୍ବ ବିଷୟରେ କୁହାଯାଇଛି। ଏକ ବିବାହିତା ସ୍ତ୍ରୀ ପାଇଁ ତାଙ୍କର ମଙ୍ଗଳସୂତ୍ର ସବୁଠାରୁ ଅଧିକ ମୁଲ୍ୟବାନ ହୋଇଥାଏ। ମଙ୍ଗଳସୂତ୍ରକୁ କୌଣସି ଧନ ସହିତ ତୁଳନା କରାଯାଇପାରିବ ନାହିଁ। ଆପଣ ବିବାହିତା ସ୍ତ୍ରୀ ମାନଙ୍କୁ ମଙ୍ଗଳ ସୂତ୍ର ଧାରଣ କରିଥିବାର ଦେଖିଥିବେ ଏବଂ ଏହା ମଧ୍ୟ ଦେଖିଥିବେ ଯେ ସବୁ ମଙ୍ଗଳ ସୂତ୍ରରେ କଳା ମାଳି ଲାଗି ଥିବାର ଦେଖିଥିବେ। କଣ ଆପଣ କେବେ ଭାବିଛନ୍ତି ଏହି କଳା ମାଳି ମଙ୍ଗଳ ସୂତ୍ରରେ ଲାଗିବାର ସ୍ବତନ୍ତ୍ରତା ସମ୍ପର୍କରେ। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମଙ୍ଗଳସୂତ୍ରରେ କଳା ମାଳି କାହିଁକି ଲଗାଯାଇଥାଏ।

mangal sutra

ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ। ସବୁ ଧର୍ମରେ କଳା ରଙ୍ଗକୁ ଶୁଭ ବୋଲି ଧରାଯାଏ। ପ୍ରାୟ ସମୟରେ ଆପଣ ଲକ୍ଷ କରିଥିବେ ଯେ କଳା ରଙ୍ଗର ସୂତା ବାନ୍ଧିବା କିମ୍ବା ପିଲାଙ୍କ ଗଳାରେ ନିଶ୍ଚୟ ଆପଣ ଦେଖିଥିବେ। ହିନ୍ଦୁ ଧର୍ମ ଅନୁସାରେ କଳା ରଙ୍ଗ ଆମକୁ ଖରାପ ନଜରରୁ ରକ୍ଷା କରିଥାଏ। ଏଥିପାଇଁ ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି। ଶାସ୍ତ୍ର ଅନୁସାରେ ମଙ୍ଗଳସୂତ୍ରରେ କଳା ରଙ୍ଗର ମୋତି ଲଗାଇବା ଦ୍ବାରା ବିବାହିତା ସ୍ତ୍ରୀ ମାନଙ୍କର ସ୍ବାମୀଙ୍କର ଆୟୁଷ ଲମ୍ବା ହୋଇଥାଏ। ଏହା ଅନେକ ପ୍ରକାରର ଖରାପ ନଜରରୁ ରକ୍ଷା କରିଥାଏ। ଏଥିପାଇଁ ମଙ୍ଗଳସୂତ୍ରରେ କଳା ରଙ୍ଗର ମାଳି ଲଗାଯାଇଥାଏ।

ମଙ୍ଗଳସୂତ୍ର ପିନ୍ଧୁଥିବା ସ୍ତ୍ରୀ ଏହି ସବୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

mangalsutra1

ପୌରାଣିକ ଶାସ୍ତ୍ରରେ ଦିଆଯାଇଥିବା ଅନେକ ତଥ୍ଯ  ଆମ ଦୈନନ୍ଦିନ ଜୀବନ ସହ ଜଡ଼ିତ ରହିଥାଏ। ଏଥିରେ କୁହାଯାଇଥିବା ଅ୍ରନେକ ଉପଦେଶକୁ ଅବଲମ୍ବନ କରିବା ଦ୍ବାରା ଆମ ଜୀବନର ଅନେକ ସମସ୍ଯା ଦୂର ହୋଇଥାଏ। ଶାସ୍ତ୍ର ଅନୁଯାୟୀ ମହିଳାଙ୍କ ବିବାହ ପରେ ତାଙ୍କ ଭାଗ୍ଯ ସହ ଜଡ଼ିତ ହୋଇଥାଏ ତାଙ୍କ ସ୍ବାମୀଙ୍କ ଭାଗ୍ଯ। ଏପରିକି ମହିଳାଙ୍କ ଭଲ ଏବଂ ଖରାପ କାମର ପ୍ରଭାବ ତାଙ୍କ ସ୍ବାମୀ ଏବଂ ପରିବାର ଉପରେ ପଡ଼ିଥାଏ। ଆଜି ଆମେ ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଭୁଲରେ ମଧ୍ୟ ବିବାହିତା ନାରୀଙ୍କୁ କରିବା ଉଚିତ୍ ନୁହଁ।

-ଶାସ୍ତ୍ର ଅନୁଯାୟୀ ମହିଳାଙ୍କୁ ଭୁଲରେ ମଧ୍ୟ ଭଙ୍ଗା ବା ଛିଡ଼ା ମଙ୍ଗଳସୂତ୍ର ପିନ୍ଧିବା ଅନୁଚିତ୍। ଏହା ଦ୍ବାରା ସ୍ବାମୀଙ୍କ ଉପରେ ବିତ୍ପତ୍ତି ଆସିବା ସହ ଭଲ ହେଉଥିବା କାମ ବିଗିଡ଼ିବାର ଅଧିକ ସମ୍ବାବନା ରହିଥାଏ।

-ସବୁ ମଙ୍ଗଳସୂତ୍ରରେ କଳା ରଙ୍ଗର ମାଳି ଲାଗିଥାଏ। ଏହା ଦ୍ବାରା ତାଙ୍କ ସ୍ବାମୀଙ୍କ ଉପରେ ଖରାପ ନଜର ପଡ଼ିନଥାଏ। ଏଣୁ ସବୁବେଳେ କଳା ମାଳି ଗୁନ୍ଥା ହୋଇଥିବା ମଙ୍ଗଳସୂତ୍ର ପିନ୍ଧିବା ଉଚିତ୍।

-ମହିଳାଙ୍କୁ ଏହି କଥାରେ ସବୁବେଳେ ଧ୍ୟାନରେ ରଖିବାକୁ ହେବ କି, କେବେ ମଧ୍ୟ ଭୁଲରେ ଆପଣ କାହାଠାରୁ ମଧ୍ୟ ମଙ୍ଗଳସୂତ୍ର ବା ସିନ୍ଦୁର ମାଗି ବ୍ଯବହାର କରନ୍ତୁ ନାହିଁ। କାରଣ ଏହା ଦ୍ବାରା ମହିଳା ତଥା ତାଙ୍କ ସ୍ବାମୀଙ୍କ ପାଇଁ ବହୁତ ଖରାପ ହୋଇଥାଏ।

-ଖାସ କରି କୌଣସି ବିବାହିତା ମହିଳା ଅର୍ଥାଭାବରେ ଅନ୍ଯଙ୍କଠାରୁ ଟଙ୍କା ମାଗି ମଙ୍ଗଳସୂତ୍ର ବା ସିନ୍ଦୁର କିଣନ୍ତୁ ନାହିଁ। ଏହା ଦ୍ବାରା ସ୍ବାମୀଙ୍କ ଉପରେ ବିପତ୍ତି ଆସିବାର ସମ୍ବାବନା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.