Below header

ଗରମ ଦିନରେ ଅଧିକାଂଶ ସମୟ ପମ୍ପଚର ହୋଇଥାଏ ଗାଡି ଟାୟାର, ଜାଣନ୍ତୁ ଏଥିରୁ ବଞ୍ଚିବାର ଟିପ୍ସ

କୌଣସି ଗାଡି ପାଇଁ ଚକାର ସ୍ଥିତି ରହିବା ନିତାନ୍ତ ଜରୁରୀ। ଅନେକ ସମୟରେ ଟାୟର୍ସ ମଝି ରାସ୍ତାରେ ପମ୍ପଚର ହୋଇଯାଏ, ଯାହାପାଇଁ ଯିବା ଆସିବା କରିବା ସମୟରେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏବେ ଖରାଦି ଆରମ୍ଭ ହୋଇଗଲାଣି। ଏମିତିରେ ଟାୟାର୍ସ ଫାଟିବା ଏବଂ ପମ୍ପଚର ହେବାର ଅଧିକ ସମ୍ଭାବନା ରହିଥାଏ। ଏହି ସମସ୍ଯା ଟ୍ଯୁବ ଥିବା ଟାୟାର୍ସରେ ଅଧିକ ଦେଖିବାକୁ ମିଳିଥାଏ। ତେଣୁ ଗାଡିରେ ଟ୍ଯୁବଲେସ ଟାୟାର୍ସ ଲଗାଇବା ପାଇଁ ପରାମର୍ଶ ଦିଆଯାଏ।

ଅନେକ ସମୟରେ ଆପଣ ଦେଖିଥିବେ କି ଲୋକ ଘଷି ହୋଇଯାଇଥିବା ଟାୟାର୍ସ ବ୍ଯବହାର କରନ୍ତି, ଗରମ ଦିନରେ ଏହି ଟାୟାର୍ସ ଗରମ ହୋଇ ଫାଟିଯାଏ। ଅଧିକାଂଶ ସମୟରେ ଟାୟାର୍ସରେ ଅଧିକ ପମ୍ପ ଦେବା ମଧ୍ୟ ଉଚିତ ନୁହେଁ। ଟ୍ଯୁବଯୁକ୍ତ ଟାୟାର୍ସ ତୁଳନାରେ ଟ୍ଯୁବଲେସ ଟାୟାର୍ସର ଓଜନ ବହୁତ କମ୍ ହୋଇଥାଏ। ଯାହାଦ୍ବାରା ଗାଡିର ମାଇଲେଜ ଅଧିକ ରହିଥାଏ। ଏହାଛଡା ଟ୍ଯୁବଲେସ ଟାୟାର୍ସ ଜଲଦି ଗରମ ହୁଏନାହିଁ ଏବଂ ଡ୍ରାଇଭିଂ କରିବାର ଉତ୍ତମ ଅନୁଭବ ମିଳିଥାଏ।

ଟ୍ଯୁବଲେସ ଟାୟାର ଅଧିକ ଭରସାଯୁକ୍ତ ହୋଇଥାଏ। ଟ୍ଯୁବଲେସ ଟାୟାରରେ କୌଣସି କଣ୍ଟାଜାତୀୟ ଜିନିଷ ଲାଗିଲେ, ଚକାରୁ ପମ୍ପ ବାହାରିନଥାଏ। ଫଳରେ ଗାଡି ଚଲାଇବା ସମୟରେ ଗାଡିର ସନ୍ତୁଳନ ବିଗିଡେନାହିଁ, ଆଉ ଆପଣ ଦୁର୍ଘଟଣାରୁ ବଞ୍ଚିଯାଆନ୍ତି। ଟାୟାର ପମ୍ପଚର ହେବା ପାଇଁ କିଛି ସମୟ ଲାଗିଥାଏ, ଯାହା ପାଇଁ ଆପଣ ଗାଡିକୁ କୌଣସି ଗ୍ଯାରେଜ ପାଖରେ ନେଇ ସଜହରେ ଟାୟାର କାମ କରିପାରିବେ।
ଟ୍ଯୁବଲେସ ଟାୟାରରେ ପମ୍ପଚର ଲଗାଇବା ପାଇଁ ବେଶୀ କଷ୍ଟ କରିବାକୁ ପଡିନଥାଏ। କେବଳ ପମ୍ପଚର ହୋଇଥିବା ସ୍ଥାନରେ ଷ୍ଟ୍ରିପ୍ ଲଗାଇବା ଦ୍ବାରା କାମ ଚଳିଯାଏ। ଟ୍ଯୁବଲେସ ଟାୟାରକୁ ବହୁତ ସହଜରେ ରିପେୟାର କରିହୋଇପାରିବ।

punchar

ଖରାପ ରାସ୍ତାରେ ଗାଡି ଚଲାଇବାରୁ ବର୍ତ୍ତନ୍ତୁ। ଯଦି ଏମିତି ରାସ୍ତାରେ ଯିବାକୁ ପଡେ, ତେବେ ନିଜ ଗାଡିର ସ୍ପିଡ ବିଲକୁଲ କମ୍ ରଖନ୍ତୁ। ଏମିତି କରିବା ଦ୍ବାରା ଟାୟାର୍ସ ଉପରେ କମ୍ ପ୍ରଭାବ ପଡିଥାଏ। ଗାଡିକୁ ସବୁବେଳେ ସଫାସୁତରା ଜାଗାରେ ପାର୍କ କରନ୍ତୁ। ଟାୟାରରେ ସବୁବେଳେ ଠିକ୍ ଏୟାରପ୍ରେସର ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.