Below header

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ାରେ ସିଲ୍ ହେଲା ୨ଟି ସିନେମା ହଲ୍‌

ରାୟଗଡ଼ା: ରାୟଗଡ଼ାରେ ୨ଟି ସିନେମା ହଲ୍‌ ସିଲ୍‌। ଅଶୋକ ଓ ଉଦୟ ପ୍ଲାଜା ସିନେମା ହଲ୍‌ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଟକଣା ପରେ ବି କିଛି ଅମାନିଆ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରୁନାହାଁନ୍ତି। ସଂକ୍ରମଣ ଆଶଙ୍କା ନେଇ ଅଭିଯୋଗ କରାଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାପାଳ ଓ ଏସ୍‌ପି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଲୋକଙ୍କୁ ସଚେତନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରୀ ଗାଇଡ୍‌ଲାଇନ୍‌କୁ ଆଦୌ ମାନୁନଥିବା ଅମାନିଆଙ୍କୁ ସାବାଡି କରିବା ପାଇଁ ବିଭିନ୍ନ ସ୍ଥାନରେ ମାସ୍କ ଓ ହେଲମେଟ୍‌ ଯା଼ଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.