Below header

ଲାଗୁ ହେବ କି ନୂଆ କଟକଣା? ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କରିବେ ।

ରାଜ୍ୟରେ କିଛି ଦିନ ହେଲା କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ କରୋନା ସଂପର୍କରେ କିଛି ପରାମର୍ଶ ଦେଇପାରନ୍ତି ସିଏମ । ମଙ୍ଗଳବାର କୋଭିଡ୍‌ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ଲହରକୁ ମଧ୍ୟ ସଫଳତାର ସହ ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଅନ୍ଯପଟେ ଆଜି ଗୋଟିଏ ଦିନରେ ଆଉ ୧୨୮୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ମୃତକ ଗଞ୍ଜାମ ଜିଲ୍ଲାର। କ୍ୱାରେଣ୍ଟାଇନ୍‌ରୁ ୭୫୫ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୨୭।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.