ଆଜିଠୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରୀଣିଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ

ଘଟଗାଁ: ଆଜିଠୁ ଆରମ୍ଭ ହୋଇଛି କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରୀଣିଙ୍କ ୮୫ତମ ଚଇତି ପର୍ବ । ଚଇତି ପର୍ବ ପାଇଁ ଉତ୍ସବ ମୁଖର ହୋଇଛି ମାଆଙ୍କ ପୀଠ । ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ଏହି ପର୍ବ ପାଳନ ହେବ । ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପର୍ବ ଚାଲିବ ।

ପର୍ବର ପ୍ରଥମ ଦିନରେ ମାଆ ସୁନାବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ମାଆଙ୍କ ସ୍ନାନ କାର୍ଯ୍ୟ ସମାପନ କରାଯାଇ ସୁନାବେଶ କରାଯାଇଛି । ବିଶ୍ୱାସ ରହିଛି, ଏହି ଦିନ ମାଆଙ୍କ ସୁନାବେଶ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୁଏ । ଚଇତି ପର୍ବରେ ୧୩ ଓ ୧୪ ତାରିଖ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଏହି ଦୁଇଦିନ ମାଆଙ୍କ ଦର୍ଶନ ବନ୍ଦ ରହିବ । ସେପଟେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମା ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.