ଦୋକାନ ଭିତରେ ପଶି ଆତଙ୍କ ଖେଳାଇଲା ବିଶାଳକାୟ ଝିଟିପିଟି! ଭୟରେ ଥରୁଥିବା ଲୋକଙ୍କର ଅବସ୍ଥା ବେହାଲ୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଏକ ବିଶାଳକାୟ ଝିଟିପିଟି ଦୋକାନ ଭିତରେ ପଶି ଆତଙ୍କ ଖେଳାଉଥିବା ଦେଖିବାକୁ ମିଳୁଛି। ଏହି ଲୋମଟାଙ୍କୁରା ଭିଡିଓ ଥାଇଲାଣ୍ଡର ସେଭେନ୍‌ ଇଲେଭେନ୍‌ ଆଉଟ୍‌ଲେଟର, ଯାହାକୁ ଥାଇ ଟ୍ରାଭେଲ ମୁଣ୍ଡୋ ନୋମାଦା ଟ୍ଵିଟରରେ ଶେୟାର କରିଛି।

ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ ବିଶାଳ ସରୀସୃପ ଷ୍ଟୋର୍‌ ଥାକରେ ଲଟକି ଥିବା ନଜର ଆସୁଛି। ଏପରିକି, ଥାକରେ ଚଢ଼ିଲା ବେଳେ ଏହା କେତେକ ଜିନିଷପତ୍ରକୁ ବି ତଳେ ପକାଇ ଦେଉଥିବା ଦେଖାଯାଉଛି। ସେପଟେ ଭୟଭୀତ ଅବସ୍ଥାରେ ଥିବା ଗ୍ରାହକମାନେ କେବଳ ଦୂରରେ ଛିଡ଼ା ହୋଇ ବଡ଼ ପାଟିରେ ଚିଲ୍ଲାଉଥିବା ଶୁଣିବାକୁ ମିଳୁଛି।

ଏହି ବିଶାଳକାୟ ଝିଟିପିଟି ଥାକ ଉପରକୁ ଚଢ଼ିଯାଇଥିଲା। ଉପରେ ପହଞ୍ଚିଯିବା ପରେ ସେଠାରେ ସେ ରହିଯାଇଥିଲା। ଏହି ସମୟରେ ଉପସ୍ଥିତ ଲୋକେ ତାହାର ଏକ ଭିଡିଓ ବନାଇଥିଲେ। ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି।

ତେବେ ଟ୍ରାଭେଲ ମୁଣ୍ଡୋ ନୋମାଦା ଟ୍ଵିଟ୍‌ରେ ଏହାକୁ ‘ମନିଟର ଝିଟିପିଟି’ ବୋଲି ଦର୍ଶାଇଛି। ଟୁର୍‌ ଅପରେଟିଙ୍ଗ୍‌ କମ୍ପାନୀ ଲେଖିଛି, ‘ଭିଡିଓରେ ଦେଖାଯାଉଥିବା ସରୀସୃପ ଏସିଆନ୍‌ ଓ୍ଵାଟର ମନିଟର। ଆପଣ ଏହାକୁ ବ୍ୟାଙ୍କ୍‌କ ଏବଂ ଥାଇଲାଣ୍ଡର ଅନ୍ୟ ଅଞ୍ଚଳରୁ ବି ସହଜରେ ପାଇପାରିବେ’। ସୂଚନାଥାଉ କି, ଥାଇ ଲୋକେ ଏହି ସରୀସୃପର ନାଁକୁ ଅପମାନ ରୂପେ ବ୍ୟବହାର କରିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.