ଶୁକୃଳି ବ୍ଳକ କାର୍ଯ୍ୟାଳୟରେ ପଡିଲା ତାଲା, ଧାରଣାରେ ବସିଲେ ବ୍ଳକର ସମସ୍ତ ନିର୍ବାଚିତ ପ୍ରତିନିଧି

କରଞ୍ଜିଆ: ଶୁକୃଳି ବ୍ଳକ କାର୍ଯ୍ୟାଳୟରେ ପଡିଲା ତାଲା । ବିଭିନ୍ନ ଦାବି ସହିତ ବ୍ଳକ BDOଙ୍କୁ ତୁରନ୍ତ ରିଲିଫ ଦାବିରେ ବ୍ଳକ କାର୍ଯ୍ୟାଳୟ ସମତେ ମୁଖ୍ୟ ଗେଟରେ ତାଲା ପକେଇଲେ ବିଜେଡି ଦଳର ବ୍ଲକ ଅଧ୍ୟକ୍ଷା । ଏଥି ସହିତ ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ବ୍ଳକର ସମସ୍ତ ନିର୍ବାଚିତ ପ୍ରତିନିଧି ।

ଜିଲ୍ଲା ପ୍ରଶାସନ ସମେତ ବ୍ଳକ BDOଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ଶୁକୃଳି ବ୍ଳକରେ ସମସ୍ତ ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇ ପଡ଼ିଥିବାରୁ ତୁରନ୍ତ ଏଠାରେ ନୂତନ BDO ନିଯୁକ୍ତି ସହିତ ପୁରୁଣା BDO ଙ୍କ ରିଲିଫ ଦାବିରେ ଆଜି ଦିନ ୧୦.୩୦ମିନିଟ ସମୟରୁ ତାଲା ପକାଇ ଗେଟ ସମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ସମସ୍ତ PRI ମେମ୍ବର । ଯଦି ଜିଲ୍ଲା ପ୍ରଶାସନ କୌଣସି ତ୍ବରିତ ପଦକ୍ଷେପ ନନେବେ ତେବେ ବ୍ଳକ ଗେଟ ସମୁଖରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କହିଛନ୍ତି ବ୍ଳକ ଅଧ୍ୟକ୍ଷା ସମେତ ସମସ୍ତ PRI ମେମ୍ବର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.