ଦିନ ଦ୍ବିପହରରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ କଟୁରୀରେ ଆକ୍ରମଣ କଲା ଯୁବକ, ଭାଇରାଲ ହେଉଛି ଭିଡିଓ

ଯାଜପୁର ଟାଉନ: ଦିନ କୁ ଦିନ ମହିଳା ମାନେ ଅସୁରକ୍ଷିତ ମାନେ କରୁଛନ୍ତି। ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ପାଲଟପୁର ଗାଁରେ । ଦିନ ଦ୍ବିପହରରେ ଜଣେ ଯୁବକ କଟୁରୀରେ କିଛି ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବାର ଦୃଶ୍ୟ ଦେଖିବା କୁ ମିଳିଛି। ଜୀବନ ବିକଳରେ ଏଣେ ତେଣେ ମହିଳା ମାନେ ଦୌଡୁଥିବା ଦେଖିବାକୁ ମିଳିଛି ।

ଯୁବକ ଜଣଙ୍କ ପ୍ରତିଦିନ ମଦ୍ୟପାନ କରି ଖରାପ ଭାଷାରେ ଗାଳି ଗୁଲଜ କରିଥାଏ। ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଏକ ଧାରୁଆ କଟୁରୀ ଧରି ସମସ୍ତଙ୍କୁ ଆକ୍ରମଣ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାଫଳରେ ମହିଳା ମାନେ ନିଜର ଜୀବନ ବଞ୍ଚାଇବାକୁ ଯାଇ ମଙ୍ଗଳପୁର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।

ପାଲଟପୁର ପଂଚାୟତରେ ହେମନ୍ତ ମଳିକ ନାମକ ଯୁବକ ଗାଁରେ କଟୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ଭିଡିଓ ଭାଇରଲ ହୋଇଛି। ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀ ମଙ୍ଗଳପୁର ଥାନାରେ ଗତକାଲି ଠାରୁ ଧାରଣାରେ ବସି ରହିଛନ୍ତି। ଅଭିଯୁକ୍ତକୁ ଗିରଫ କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ମଙ୍ଗଳପୁର ଥାନା ଅଧିକାରୀଙ୍କ ନିରବ ଦ୍ରଷ୍ଟା ଯୋଗୁ ଅଭିଯୁକ୍ତ ଜଣଙ୍କ ମୁକ୍ତ ଆକାଶରେ ଘୁରି ବୁଲୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.