Below header

ଭାରତ ପରିକ୍ରମାରେ ବାହାରି ପରିବେଶର ସୁରକ୍ଷା ଓ ଯୋଗର ଉପକାରିତାକୁ ନେଇ ବାର୍ତ୍ତା ବାଣ୍ଟୁଛନ୍ତି ଯୁବକ

ପରିବେଶର ସୁରକ୍ଷା ଓ ଜୋଗର ଆବଶ୍ୟକତା ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇ ସମସ୍ତଙ୍କୁ ସଚେତନ କରିବା ଲକ୍ଷ ନେଇ ପଦଯାତ୍ରାରେ ଭାରତ ପରିକ୍ରମାରେ ବାହାରିଛନ୍ତି ମହୀଶୂରର ଯୁବକ କ୍ରିଷ୍ଣା ନାୟକ।

କୋରାପୁଟ(କେନ୍ୟୁଜ୍): ସୁଖି ରହିବାକୁ ହେଲେ ସୁସ୍ଥ ଓ ସୁନ୍ଦର ସ୍ବାସ୍ଥ୍ୟର ଆବଶ୍ୟକ। ସେଥିପାଇଁ ପ୍ରତ୍ୟେକ ମଣିଷକୁ ଯୋଗ କରିବାର ଆବଶ୍ୟକତା ରହିଛି । ସେହିଭଳି ସୁଖି ଜୀବନ ବିତେଇବାକୁ ହେଲେ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି । ପରିବେଶର ସୁରକ୍ଷା ଓ ଜୋଗର ଆବଶ୍ୟକତା ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇ ସମସ୍ତଙ୍କୁ ସଚେତନ କରିବା ଲକ୍ଷ ନେଇ ପଦଯାତ୍ରାରେ ଭାରତ ପରିକ୍ରମାରେ ବାହାରିଛନ୍ତି ମହୀଶୂରର ଯୁବକ କ୍ରିଷ୍ଣା ନାୟକ । ବୟସ ୩୩ ବର୍ଷ ।

କର୍ଣ୍ଣାଟକ ରାଜ୍ୟ,ମହୀଶୂର ନିକଟ ଉଦବୁର ଗ୍ରାମର କ୍ରିଷ୍ଣା ୧୬ ଅକ୍ଟୋବର ୨୦୨୨ ରେମହୀଶୂରରୁ ପଦଯାତ୍ରାରେ ବାହାରି ଛତିଶଗଡର ଜଗଦଲପୁର ଦେଇ ଓଡିଶାର କୋରାପୁଟରେ ପହଂଚିଛନ୍ତି । ଏବେ କୋରାପୁଟରେ କର୍ଣ୍ଣାଟକ ରାଜ୍ୟର ଯୁବକ କ୍ରୀଷ୍ଣା ନାୟକ ପହଁଚିବା ପରେ ସେଠାରେ ତାଙ୍କୁ ବିଭିନ୍ନ ବର୍ଗର ଲୋକେ ସ୍ବାଗତ କରିଛନ୍ତି ।

jubaka

ଅଦ୍ୟାବଧି ଦକ୍ଷିଣ ଭାରତର ୭ ଟି ରାଜ୍ୟ ଅତିକ୍ରମ କରିଛନ୍ତି କ୍ରୀଷ୍ଣା। ଏବେ ଓଡିଶା ପରେ ପଶ୍ଚିମବଙ୍ଗ ଦେଇ ଜାମ୍ମୁ, ଜାଶ୍ମୀର ପର୍ଯ୍ୟନ୍ତ ୨୨ଟି ରାଜ୍ୟ ପଦଯାତ୍ରା କରିବେ । ଅଦ୍ୟାବଧି ୪୦୦୦ କିମି ଅତିକ୍ରମ କରିଥିବାବେଳେ ଆହୁରି ୧୫୦୦୦ କିମି ଅତିକ୍ରମ କରିବେ । ଦୈନିକ ୨୫ରୁ ୩୦ କିମି ପର୍ଯ୍ୟନ୍ତ ସେ ଚାଲୁଛନ୍ତି । ୨୦୨୪ ମସିହା ସୁଧା ପଦଯାତ୍ରା ଶେଷ କରିବେ ବୋଲି କ୍ରିଷ୍ଣା କହିଛନ୍ତି ।

ପୃଥିବୀରେ କ୍ଷିପ୍ରଗତିରେ ଘଟୁଥିବା ଜଳବାୟୁର ପରିବର୍ତନ ଓ ଦୂଷିତ ପରିବେଶକୁ ନେଇ ବେଶ ଚିନ୍ତିତ ଓ ସଚେତନ ଅଛନ୍ତି କ୍ରିଷ୍ଣା। ନିଜର ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖି ବ୍ୟାପକ ବୃକ୍ଷ ରୋପଣ କରିବା ସହ ବୃକ୍ଷର ଯତ୍ନ ନେବାକୁ ସେ ଗୁରୁତ୍ବ ଦେଉଛନ୍ତି । ଅବାଧ ବୃକ୍ଷ କାଟିବାକୁ ବାରଣ କରୁଛନ୍ତି ।

ନିଜର ପରିବେଶକୁ ସୁରକ୍ଷିତ ରଖିବା ସହ ନିଜ ସ୍ବାସ୍ଥ୍ୟର ଯତ୍ନ ନେଇ ସୁସ୍ଥ ଜୀବନ ଓ ସୁସ୍ଥ ଦେଶ ଗଠନ କରିବା ଉଦେଶ୍ୟରେ ଦେଶର ସାଧାରଣ ଜନତା ଓ ଛାତ୍ର ଓ ଯୁବକଙ୍କୁ ଯୋଗକୁ ଆପଣେଇବାକୁ କହୁଛନ୍ତି। ଖାଲି ସେତିକି ନୁହେଁ ଏହାସହ ପରିବେଶର ସୁରକ୍ଷା ନେଇ ବାର୍ତା ବାଣ୍ଟୁଛନ୍ତି । ଏଭଳି ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପଦଯାତ୍ରାରେ ବାହାରିଥିବାରୁ କ୍ରୀଷ୍ଣାଙ୍କୁ ସବୁ ବର୍ଗର ଲୋକେ ପ୍ରଶଂସା କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.