Below header

ଚାଣକ୍ୟ ନୀତି : ଏହି ସବୁ କଥା ପ୍ରତି ରଖନ୍ତୁ ଧ୍ୟାନ, ଘରୁ ଛାଡ଼ି ଯିବେନି ମା’ଲକ୍ଷ୍ମୀ

ଶାସ୍ତ୍ରରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ରହିଛି ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ହୁଏ, ତାଙ୍କ ଘରେ ଧନ ସମ୍ପଦର ଅଭାବ ହୁଏନି । ତାଙ୍କ ଘରେ ଅନ୍ନ ଭଣ୍ଡାର ଭରି ରହିଥାଏ । ଯଦି ଲକ୍ଷ୍ମୀଜୀ କ୍ରୋଧିତ ହୁଅନ୍ତି ତେବେ ବ୍ୟକ୍ତିର ପୁରା ଜୀବନ ଗରିବୀ ଓ ରୋଗରେ କଟିଥାଏ । ଘରେ ଅଶାନ୍ତି ଓ କଷ୍ଟ ସମାପ୍ତ ହୋଇନଥାଏ । ଚାଣକ୍ୟଙ୍କ ଏପରି କିଛି କଥା ମାନିଲେ ମା’ ଲକ୍ଷ୍ମୀ କେବେ ବି ଘରୁ ଛାଡି ଯିବେ ନାହିଁ । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଚାଣକ୍ୟ ।

୧. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ମୂର୍ଖ ସହ ଯୁକ୍ତି କରି ନିଜକୁ ବୁଦ୍ଧିମାନ ଭାବିବା କିମ୍ବା ମୂର୍ଖ ଠାରୁ ପ୍ରଶଂସା ଶୁଣିବା ଅପେକ୍ଷା ଜ୍ଞାନୀ ଲୋକଙ୍କ ଗାଳି ଶୁଣିବା ଶ୍ରେୟସ୍କର । କାରଣ ତାଙ୍କର ଆକଟ ବହୁତ କିଛି ଶିକ୍ଷା ଦେଇଥାଏ । ଚାଣକ୍ୟ କୁହନ୍ତି, ଯେଉଁଘରେ ଜ୍ଞାନୀ ଲୋକଙ୍କୁ ସମ୍ମାନ ଦିଆଯାଏ । ସେଠାକୁ ଲକ୍ଷ୍ମୀ ଖୋଦ୍‌ ଚାଲି କରି ଆସିଥାନ୍ତି ।

୨. ଘରେ ରହୁଥିବା ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ । ପତି-ପତ୍ନୀଙ୍କ ମଧ୍ୟରେ ଆଦର ଭାବ ଓ ସମ୍ପର୍କ ଭଲ ରହିଲେ ମା’ ଲକ୍ଷ୍ମୀ ପ୍ରଶନ୍ନ ହୁଅନ୍ତି । ଏମିତି ଘରେ କେବେ ଧନର ଅଭାବ ହୁଏନି ।

୩. ଯେଉଁଠି ଧନ ସମ୍ପତ୍ତି ଥାଏ ଓ ଗରୀବ –ଅସହାୟଙ୍କୁ ସାହାଯ୍ୟ କରାଯାଇଥାଏ । ସେଠାରେ କେବେ ବି ଲକ୍ଷ୍ମୀଙ୍କ କୃପାର ଅଭାବ ହୁଏନି । ଅନ୍ନର ସମ୍ମାନ ଓ ପଶୁ ପକ୍ଷୀଙ୍କୁ ଦାନା ଦେଉଥିବା ଲୋକଙ୍କୁ ମନମୁତାବକ ଫଳ ମିଳିଥାଏ ।

୪. ନିଶା, ଦ୍ୱେଷ ଓ ଭ୍ରଷ୍ଟାଚାରରେ ରୋଜଗାର କରିଥିବା ଧନ କେବେ ବି ରହି ନଥାଏ । ଚାଣକ୍ୟ କୁହନ୍ତି ଅସଦ୍‌ ଉପାୟରେ ଅର୍ଜ୍ଜନ କରିଥିବା ଧନ କେବେ ବି ଆପଣଙ୍କ ସଦକର୍ମରେ ଆସିନଥାଏ । ଭୂଲ ଉପାୟରେ ରୋଜଗାର କରିଥିବା ଧନ କିଛି ଲାଭ ନଦେଇ ସେହିପରି ହାତରୁ ବାହାରି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.