ବାଲେଶ୍ଵର: କିଭଳିଆ ଲାଞ୍ଚଖିଆ ମୁଣ୍ଡ? ଫାଇନ ମାଗିଲେ ନଦେବାରୁ ଅଣ୍ଡା ପେଟି ଟେକି ନେଲେ ପୋଲିସ ବାବୁ

ଜଳେଶ୍ବର(କେନ୍ୟୁଜ୍): ସଟଡାଉନରେ ଦୋକାନ ଖୋଲିବା ଅଭିଯୋଗରେ କୁକୁଡା ବ୍ଯବସାୟୀଙ୍କ ଠାରୁ ଫାଇନ ଆଦାୟ କରିବା ବଦଳରେ  ଅଣ୍ଡା ପେଟି ଉଠାଇ ନେଲା ପୋଲିସ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡିକୁ ଅଟକ ରଖିଲେ ଲୋକେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ପାଟପୁର ବଜାରରେ।

 

ସୂଚନା ଅନୁଯାୟୀ ପାଟପୁର ବଜାରରେ ଦୋକାନ କରିଥିବା ଜନୈକ କୁକୁଡା ବ୍ଯବସାୟୀ ଆଜି ସପ୍ତାହନ୍ତ ସଟଡାଉନ ଥିବାରୁ ଦୋକାନ ଭିତରେ ଥିବା  କୁକୁଡା ଗୁଡିକୁକୁ ଦାନା ଦେବାପାଇଁ ଆସିଥିଲେ।  ଏହି ସମୟରେ ରୂପସା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲୁଥିବା ବେଳେ ସଟଡାଉନରେ ଦୋକାନ ଖୋଲିଥିବାରୁ ଉକ୍ତ କୁକୁଡା ଦୋକାନୀଙ୍କୁ ଫାଇନ ଦେବା ପାଇଁ କହିଥିଲେ।

ତେବେ ଉକ୍ତ ଦୋକାନୀ ଜଣକ କୌଣସି ଭୂଲ ନଥିବାରୁ ଫାଇନ ଦେବା ପାଇଁ ରାଜି ନହେବାରୁ ପୋଲିସ ଅଧିକାରୀମାନେ ଦୋକାନରୁ ଜୋରଜବରଦସ୍ତ ଅଣ୍ତା ପେଟି ଉଠାଇ ନେଇ ଯାଇଥିଲେ ।  ଏହି ଘଟଣାରେ ସ୍ଥାନୀୟ ବାସିନ୍ଦା ଉତ୍ୟକ୍ତ ହୋଇ ପୋଲିସ ଭ୍ଯାନକୁ ଅଟକାଇ ଥିଲେ।  ତେବେ  କୁକୁଡାକୁ ଦାନା ନଦେଲେ କୁକୁଡା ମରିଗଲେ ପୋଲିସ କ୍ଷତି ପୂରଣ ଦେବକୀ ବୋଲି ଓଲଟା ପ୍ରଶ୍ନ କରିଥିଲେ ଲୋକେ।  ଲୋକଙ୍କ ଜିଦ୍ ଆଗରେ ମୁଣ୍ତ ନୁଆଇଂ ପୋଲିସ ଶେଷରେ ଅଣ୍ତା ପେଟି ଫେରାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.