ଯୋଗ ପୂର୍ବରୁ କିମ୍ବା ପରେ କରନ୍ତୁ ନାହିଁ ଏହି କାର୍ଯ୍ୟ, ଶରୀର ପାଇଁ ହୋଇପାରେ ହାନିକାରକ

ଯୋଗ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗ ଠାରୁ ଦୂରରେ ରହିଥାନ୍ତି । ଫିଟ ରହିବା ପାଇଁ ଯୋଗ ଠାରୁ ଆଉ ଭଲ ବ୍ୟାୟାମ କିଛି ନାହିଁ ।

ତେବେ ବେଳେ ବେଳେ ଯୋଗ ସମ୍ପର୍କରେ କିଛି ନିୟମ ନଜାଣିବା ଯୋଗୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ଯୋଗ ବେଳେ କ’ଣ କରିବା ଓ କ’ଣ ନ କରିବା କଥା ।

yoga.

ଯୋଗ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ମାତ୍ର ନେଇ ଆଣି ଥୋଇ ନପାରିଲେ ସବୁର ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ। ଆପଣ ବି ଯୋଗ କରନ୍ତୁ ଓ ନିଜକୁ ଫିଟ୍ ରଖନ୍ତୁ। ମାତ୍ର ମନେରଖନ୍ତୁ ଯେ ଏପରି କିଛି ଭୁଲ୍ କରିବସନ୍ତୁ ନାହିଁ ଯାହା ଓଲଟା ପ୍ରଭାବ ଦେଖାଇବ।

ଯୋଗ କରିବା ପୂର୍ବରୁ ଭୁଲ୍ରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଯୋଗ ସର୍ବଦା ଖାଲି ପେଟରେ କରିବା ଉଚିତ୍‌ । ଖାଇବା ପରେ ଯୋଗ କଲେ           ତାହାର ଓଲଟା ପ୍ରଭାବ ପଡ଼ିଥାଏ ।

.  ଶରୀରରେ କିଛି ଅସୁବିଧା ଥିଲେ କିମ୍ବା ମହିଳାମାନଙ୍କ ରୁତୁସ୍ରାବ କାଳରେ ଯୋଗ କରିବା ନିଷେଧ ।

ଯୋଗ ଉପଯୋଗୀ ପୋଷାକ ପିନ୍ଧି ଯୋଗ କରନ୍ତୁ। ଅତ୍ୟଧିକ ଟାଇଟ ପୋଷାକ ପିନ୍ଧି ଯୋଗ କରନ୍ତୁ ନାହିଁ ।

ଯୋଗ କରି ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.