Below header

ଅବହେଳିତ ଯାଜପୁରର ପ୍ରସିଦ୍ଧ ଲାଙ୍ଗୁଡି ପାହାଡ, ଦୀର୍ଘ ବର୍ଷ ପରେ ପୁଣି ଉତଖନନ କାମ ଆରମ୍ଭ କରିଛି ଏଏସଆଇ

ଯାଜପୁର(କେନ୍ୟୁଜ୍): ଆମ ଓଡିଶାରେ ଏମିତି ଅନେକ ପ୍ରସିଦ୍ଧ ସ୍ଥାନ ଅବହେଳିତ ଅବସ୍ଥାରେ ରହିଛି । ଯାହାର ରକ୍ଷଣାବେକ୍ଷଣା ଅଭାବରୁ ଦିନକୁ ଦିନ ଲୁଚିବାକୁ ବସିଲାଣି । ଏହା ଭିତରେ ଏମିତି ଏକ ସ୍ଥାନ ଯାଜପୁରର ବୈାଦ୍ଧ କୀର୍ତ୍ତିରାଜି ବିମଣ୍ଡିତ ପ୍ରସିଦ୍ଧ ଲାଙ୍ଗୁଡି ପାହାଡ । ଯାହା ଆଗଭଳି ଏଠାକୁ ଆଉ ପର୍ଯ୍ୟଟକଙ୍କ ସୁଅ ଛୁଟୁନାହିଁ । ଏଠାରୁ ମିଳିଥିଲା ହଜାର ହଜାର ବର୍ଷର ବହୁ ବିରଳ ବୈାଦ୍ଧ କିର୍ତିରାଜି । ଆବଶ୍ୟକୀୟ ସୁରକ୍ଷା ଓ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ନଷ୍ଟ ହେବାକୁ ବସିଛି ।

pahadaଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ଓ ପାଟପୁର ପଂଚାୟତ ମଧ୍ୟସ୍ଥଳରେ ଅବସ୍ଥିତ ଏହି ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡି । ୧୯୯୬ ମସିହାରେ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ଏଠାରେ ପ୍ରଥମ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଖନନ ପରେ ପାହାଡ ପରିସରରୁ ସମ୍ରାଟ ଆଶୋକ, ବୁଦ୍ଧଦେବଙ୍କ ମୂର୍ତି ସହ ଶିଳାଲିପି, ଇଟାସ୍ତୁପ, ଭଗ୍ନାବଶେଷ, ପଂଚଯାନୀ ବୁଦ୍ଧ ଏବଂ ବହୁ ପ୍ରାଚୀନ ଟେରାକୋଟା ସାମଗ୍ରୀ ଆଦି ମିଳିଥିଲା ।

hillଅନ୍ୟପକ୍ଷରେ ଲାଙ୍ଗୁଡି ପାହାଡ ପୁଷ୍ପଗିରି ବିହାର ଭାବେ ପ୍ରସିଦ୍ଧି ଲାଭ କରିଥିବା ହୁଏନସାଂଙ୍କ ପରିଭ୍ରମଣ ବିବରଣୀରୁ ଜଣାଯାଏ ବୋଲି ଗବେଷକମାନେ ମତ ଦିଅନ୍ତି । ସମୟ ଥିଲା ଏଠାକାର କିର୍ତିରାଜି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଥିଲା । ଯାହା ଏବେ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ । ଯାହାକୁ ଦେଖି ପର୍ଯ୍ୟଟକ ମୁହଁ ଫେରାଇ ନେଉଛନ୍ତି ।

jajpurପୂର୍ବରୁ ଏଠାରୁ ଉଦ୍ଧାର ହୋଇଥିବା ବୈାଦ୍ଧ ସାମଗ୍ରୀ ଗୁଡିକୁ ରାଜ୍ୟ ସଂଗ୍ରହାଳୟ ଏବଂ ତରାପୁର ସଂଗ୍ରହାଳୟ ଠାରେ ରଖାଯାଇଛି । ଲାଙ୍ଗୁଡି ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଠାରେ ଏକ ପାନ୍ଥଶାଳା ନିର୍ମାଣ କରିଥିଲେ । ହେଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଏହି ପାନ୍ଥଶାଳା । ଭାଙ୍ଗିରୁଜି ସବୁ ନଷ୍ଟ ହେବା ସହ ଏହା ପାଲଟିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳ । ଏହାକୁ ଦେଖି ଲାଙ୍ଗୁଡି ତାର ପୂର୍ବ ଗୈାରବ ଓ ଆକର୍ଷଣ ହରାଇଥିବା ଭଳି ମନେହେଉଛି । ତେବେ ଦୀର୍ଘ ୨୩ବର୍ଷ ପରେ ପୁଣି ଉତ୍‌ଖନନ କାମ ଆରମ୍ଭ କରିଛି ଏଏସଆଇ କର୍ତୃପକ୍ଷ । ଉତଖନନ ପରେ ଏବେ ଆଉ କିଛି ତଥ୍ୟ ସାମନାକୁ ଆସିବ ବୋଲି ଅନୁମାନ କରାଯାଉଛି । ଯାହାକି ଇତିହାସକୁ ଦୋହଲାଇ ଦେବ ବୋଲି ଗବେଷକମାନେ ଆଶା ପ୍ରକଟ କରିଛନ୍ତି ।
ଯାଜପୁରରୁ ଅବିନେଶ୍ୱର ଶତପଥୀଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.