ବାପ ଘର ବିରୋଧରେ ଶାଶୁଘର ଲୋକଙ୍କ ଅଭିଯୋଗ, ଆମ ବୋହୂକୁ ପୋଡ଼ି ମାରିଦେଲେ

ଭୁବନେଶ୍ବର(କେନ୍ୟୁଜ୍): ଆପଣ ଜାଣିଥିବେ ଅଧିକାଂଶ ଜାଗାରେ ବୋହୂକୁ ହତ୍ୟା କରିଥିବା ଅଭିଯୋଗ ହୁଏ ଶାଶୁଘର ନାଁରେ । ହେଲେ ରାଜଧାନୀ ଉପକଣ୍ଠରେ ଘଟିଥିବା ଏକ ଘଟଣାରେ ଅଭିଯୋଗ ଆସିଛି ବାପ ଘର ନାଁରେ । ଝିଅଟିର ଶାଶୁଘର ଲୋକେ ବାପଘର ବିରୋଧରେ ଅନର କିଲିଂ ଅଭିଯୋଗ ଆଣିଛନ୍ତି। ବାଲିପାଟଣା ଥାନା ଅଞ୍ଚଳରେ ଝିଅକୁ ବାପଘର ଲୋକେ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ବାପଘର ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି ଶାଶୁଘର ଲୋକ। ଏମିତିକି ଝିଅର ମୃତ୍ୟୁ ପରେ ବାପଘର ଲୋକ ଶାଶୁଘରକୁ ନଜଣାଇ ମୃତଦେହ ପୋଡି ଦେଇଛନ୍ତି।
ବାଲିପାଟଣା ବ୍ଲକ ଭାକର ସାହି ଅନ୍ତର୍ଗତ ଗଡଚାରିପଡା ଭୋଇସାହି ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.