ହାଇଦ୍ରାବାଦର ଆଇନ ଛାତ୍ରୀ ଚାଉଳର ୪,୦୪୨ ଦାନାରେ ଲେଖିଲେ ସମ୍ପୂର୍ଣ୍ଣ ଭଗବତ ଗୀତା, ୧୫୦ ଘଣ୍ଟାରୁ ଅଧିକ ଲାଗିଲା ସମୟ

ହାଇଦ୍ରାବାଦର ଜଣେ ଆଇନ ଛାତ୍ରୀ ୪,୦୪୨ ଚାଉଳ ଦାନାରେ ସମ୍ପୂର୍ଣ୍ଣ ଭଗବତ ଗୀତା ଲେଖିଛନ୍ତି। ତାଙ୍କ କହିବା ହେଲା, ସେ ଦେଶର ପ୍ରଥମ ମହିଳା ମାଇକ୍ରୋ ଆର୍ଟିଷ୍ଟ। ରାମାଗିରି ସ୍ୱାରିକା ନାମ୍ନୀ ଏହି ମହିଳା ମାଇକ୍ରୋ ଆର୍ଟିଷ୍ଟ କହିଛନ୍ତି, ଏହି ପ୍ରୋଜେକ୍ଟକୁ ପୂରା କରିବା ପାଇଁ ତାଙ୍କୁ ୧୫୦ ଘଣ୍ଟା ସମୟ ଲାଗିଛି। ଏ ପର୍ଯ୍ୟନ୍ତ ସେ ୨ ହଜାରରୁ ଅଧିକ ମାଇକ୍ରୋ ଆର୍ଟୱାର୍କ ବନାଇଛନ୍ତି। ମିଲ୍କ ଆର୍ଟ, ପେପର କାର୍ଭିଂ, ରାଶି ଦାନାରେ ଡ୍ରଇଂ ମଧ୍ୟ କରିଛନ୍ତି।

ds

କହି ରଖୁଛୁ, ଏହା ପୂର୍ବରୁ ସ୍ୱାରିକା କେଶରେ ସମ୍ବିଧାନର ପ୍ରସ୍ତାବନା ଲେଖିଥିଲେ। ଏଥିପାଇଁ ତାଙ୍କୁ ତେଲେଙ୍ଗାନା ସରକାର ସମ୍ମାନିତ କରିଥିଲେ। ତେବେ ସ୍ୱାରିକା ନିଜ କଳାକୃତିଙ୍କୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କୁ କଳା ଏବଂ ସଙ୍ଗୀତ ପ୍ରତି ରୁଚି ରହିଆସିଛି। ଗତ ୪ ବର୍ଷ ହେବ ସେ ଚାଉଳ ଦାନାରେ ଭଗବାନ ଗଣେଶଙ୍କ ଚିତ୍ର ସହିତ ମାଇକ୍ରୋ ଆର୍ଟ କରିବା ଆରମ୍ଭ କରିଛନ୍ତି। ଥରେ ଚାଉଳ ଦାନାରେ ଇଂଲିଶ ବର୍ଣ୍ଣମାଳା ମଧ୍ୟ ଲେଖିଥିଲେ।

fdd

dd

୨୦୧୯ରେ ସ୍ୱାରିକାଙ୍କୁ ଦିଲ୍ଲୀ ସାଂସ୍କୃତିକ ଏକାଡେମୀ ଦ୍ୱାରା ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କୁ ଭାରତର ପ୍ରଥମ ମାଇକ୍ରୋ ଆର୍ଟିଷ୍ଟର ମାନ୍ୟତା ଦିଆଯାଇଛି। ସ୍ୱାରିକା କହିଥିଲେ ଯେ ତାଙ୍କୁ ୨୦୧୭ରେ ‘ଅନ୍ତଃରାଷ୍ଟ୍ରୀୟ ଅର୍ଡର ବୁକ ଅଫ ରେକର୍ଡ୍ସ’ରେ ସମ୍ମାନିତ କରାଯାଇଛି। ଲ’ ଛାତ୍ରୀ ହୋଇଥିବାରୁ ସେ ଭବିଷ୍ୟତରେ ଜଜ ହେବାକୁ ଲକ୍ଷ୍ୟ ରଖିଛନ୍ତି।