ପୂଜା ପାଇଁ କଟକରେ ମୁତୟନ ହେବେ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ

କଟକ:  କଟକ ଦୁର୍ଗା ପୂଜା ପାଇଁ ମୁତୟନ ହେବେ ୩୦ପ୍ଲାଟୁନ୍‌ ପୋଲିସ ଫୋର୍ସ । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ସୂଚନା ଜାରି ହୋଇଛି । ଶୃଙ୍ଖଳିତ ଭାବେ ପୂଜା ଶେଷ କରିବା ପାଇଁ ୧୦୦ଜଣ ଅଫିସରଙ୍କୁ ମୁତୟନ କରାଯିବ । ୧୪ଟି ସ୍ଥାନରେ ଭସାଣ ଉତ୍ସବ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିବା କଟକ DCP ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସେହିଭଳି ପୂଜା ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ କଡ଼ା ନଜର ରଖାଯିବ। ଯେଉଁ ପୂଜା ମଣ୍ଡପ କୋଭିଡ କଟକଣା ମାନିବେନି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.