Below header

ସମ୍ବଲପୁର: ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ମା’, ପୁଅଙ୍କୁ ଚାପିଦେଲା ଟ୍ରକ

ସମ୍ବଲପୁର: ମାଆ-ପୁଅଙ୍କ ଉପରେ ମାଡ଼ିଗଲା ଟ୍ରକ । ସମ୍ବଲପୁର ସଦରଥାନା ପଡ଼ିଆବାହାଲ ଛକ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ରାସ୍ତାରେ ମାଆ-ପୁଅ ଦୁହେଁ ଚାଲି ଚାଲି ଯାଉଥିବା ବେଳେ ଏକ ମାଲବାହୀ ଟ୍ରକ ଏମାନଙ୍କ ଉପରେ ମାଡି ଯାଇଥିଲା । ମୃତକ ଦୁଇ ଜଣ ବଦତୁରାଙ୍ଗ ଗାଁର ବୋଲି ଜଣାପଡିଛି। ଏହି ମାଲବାହୀ ଟ୍ରକଟି ସମ୍ବଲପୁରରୁ ଦେବଗଡ଼ ଯାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।

ମହିଳା ଜଣଙ୍କ ନିଜ ୫ ବର୍ଷର ପୁଅ ସହ ଟେଲର ଦୋକାନକୁ ଆସି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛନ୍ତି । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଜଣଙ୍କ ଫେରାର ହୋଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.