ବିଶ୍ଵର ସବୁଠାରୁ ବିପଦପୂର୍ଣ୍ଣ ଦେଶର ତାଲିକା , ଜାଣନ୍ତୁ କେଉଁ କେଉଁ ଦେଶ ରହିଛି ଏଥିରେ ସାମିଲ
ଗ୍ଲୋବାଲ ପିସ ଇଣ୍ଡେକ୍ସ ୨୦୧୯ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଦେଶର ତାଲିକା ଜାରି କରିଛି । ଏହି ଦେଶର ଅବସ୍ଥା ଏବଂ ସୁରକ୍ଷାକୁ ୮ଟି ମାନକରେ ପରୀକ୍ଷା କରାଯାଇଥିଲା । ଆସନ୍ତୁ ଜାଣିବା ସେହି ଦେଶ ଗୁଡିକ ବିଷୟରେ ଯେଉଁଠି ମଣିଷ ଜୀବନର ମୂଲ୍ୟ ବହୁତ ଶସ୍ତା ।
୧- ସବୁଠାରୁ ବିପଦପୂର୍ଣ୍ଣ ଦେଶର ତାଲିକାରେ ପ୍ରଥମେ ରହିଛି ଆଫଗାନିସ୍ଥାନ । ଏଠାରେ ତାଲିବାନ ଏବଂ ଅନ୍ୟ ଆତଙ୍କୀ ସଂଗଠନ ଚାଲିଥିବାରୁ ଏହି ଦେଶର ଅବସ୍ଥା ବହୁତ ସଙ୍କଟାପନ୍ନ ଅଟେ ।
୨- ରିପୋର୍ଟ ଅନୁଯାୟୀ ଏହି ତାଲିକାରେ ଦ୍ଵିତୀୟରେ ରହିଛି ସିରିୟା । ଗୃହଯୁଦ୍ଧ, ISIS ଏବଂ ବଢୁଥିବା ଅପରାଧ ଏଠାକାର ଅବସ୍ଥା ବହୁତ ଗମ୍ଭୀର କରି ରଖିଛି ।
୩- ଏହି ମାମଲାରେ ତୃତୀୟ ସ୍ଥାନରେ ଆସୁଛି ସୁଡାନ । ଏଠାକାର ରାଜନୈତିକ ଏବଂ ଜାତୀୟ ସଂଘର୍ଷ କାରଣରୁ ଏହା ଧ୍ୱଂସର କାରଣ ସାଜିଛି । ଏହା ବ୍ୟତୀତ ସେଠାରେ ଅଧିକ ଭ୍ରଷ୍ଟାଚାର ମଧ୍ୟ ଚାଲିଛି ।
୪- ରିପୋର୍ଟ ଅନୁଯାୟୀ ଚତୁର୍ଥ ସ୍ଥାନରେ ୟେମେନର ନାମ ଆସୁଛି । ହିଂସା, ବେମାରୀ ଏବଂ ଆତଙ୍କବାଦୀପୂର୍ଣ୍ଣ ଏହି ଦେଶର ଅବସ୍ଥିତି ବହୁତ ଖରାପ ଅଟେ ।
୫- ବିଶ୍ଵର ସବୁଠାରୁ ବିପଦପୂର୍ଣ୍ଣ ଦେଶ ମଧ୍ୟରେ ପଞ୍ଚମ ସ୍ଥାନରେ ଆସୁଛି ଇରାକ । ଏଠାରେ ଆତଙ୍କବାଦ ଏବଂ ସୈନ୍ୟ ସଂଘର୍ଷ ଚରମ ସୀମାରେ ଅବସ୍ଥିତ । ସେଠାକାର ସ୍କୋର ୩.୩୬୯ ରହିଛି ।
୬- ଏହି ମାମଲାରେ ଷଷ୍ଠ ସ୍ଥାନରେ ସୋମାଲୀୟାର ନାମ ରହିଛି । ସୈନ୍ୟ ସଂଘର୍ଷ ଓ ଆତଙ୍କବାଦ ସହ ସଂଘର୍ଷ କରୁଥିବା ଏହି ଦେଶର ସ୍କୋର ୩.୩୦୦ ଅଟେ ।
୭- ସବୁଠାରୁ ବିପଦପୂର୍ଣ୍ଣ ଦେଶର ତାଲିକାରେ ସପ୍ତମ ସ୍ଥାନରେ ଆଫ୍ରିକାନ ରିପବ୍ଲିକ ରହିଛି । ଏହି ଦେଶ ରାଜନୈତିକ, ସ୍ୱାସ୍ଥ୍ୟ ସମସ୍ୟା ଏବଂ ଗୃହ ଯୁଦ୍ଧ ସହ ଜଡିତ ।
୮- ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ଲିବିୟା । ଏଠାରେ ବୃଦ୍ଧି ପାଉଥିବା ଅପରାଧ, ଗୃହଯୁଦ୍ଧ ଏବଂ ସଶସ୍ତ୍ର ବିରୋଧ କାର୍ଯ୍ୟକଳାପ ଏଠାକାର ଅବସ୍ଥା ଶୋଚନୀୟ କରି ରଖିଛି ।
୯- ଏଠାରେ ନବମ ସ୍ଥାନରେ ରହିଛି ରିପବ୍ଲିକ ଅଫ କଙ୍ଗୋ । ଲ୍ୟାଣ୍ଡମାଇନ, ବନ୍ୟା ଏବଂ ପ୍ରାକୃତିକ ଦୁର୍ବିପାକ୍ଷ ଦ୍ୱାରା ଏହି ଦେଶର ଅବସ୍ଥା ବହୁତ ଗମ୍ଭୀର ହୋଇ ରହିଛି ।
ଏହାସହ ପଢନ୍ତୁ ଚର୍ଚ୍ଚିତ ଉନାଓ ଦୁଷ୍କର୍ମ ମାମଲାର ପୀଡିତା ଓ ତାଙ୍କ ପରିବାରକୁ ଦିଲ୍ଲୀରେ ମିଳୁନାହିଁ ଘର, ଅଦାଲତ ଦେଲା ମହିଳା ଆୟୋଗକୁ ନିର୍ଦ୍ଦେଶ
୧୦- ଶେଷରେ ଏହି ତାଲିକାରେ ଦଶମ ସ୍ଥାନରେ ଥିବା ଦେଶ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଦଶମ ସ୍ଥାନରେ ରହିଛି ରୁଷ । ଏହି ଦେଶ ସୁରକ୍ଷା, ଆନ୍ତରିକ ସଂଘର୍ଷ ଏବଂ ରାଜନୈତିକ ଆତଙ୍କବାଦ ସହିତ ଅନେକ ଦିନ ଧରି ସଂଘର୍ଷ କରି ଆସୁଅଛି ।