ଏନକାଉଣ୍ଟର ପୂର୍ବରୁ ମହିଳା ଅଧିକାର ଦେଲେ ଆତଙ୍କୀଙ୍କୁ ୱାର୍ଣ୍ଣିଂ, ଦେଖନ୍ତୁ ଭିଡିଓ

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଳାର ବଟୋତରେ ଚାଲିଥିଲା ସର୍ଚ୍ଚ ଅପରେସନ୍ । ଆତଙ୍କବଦାଦୀଙ୍କ ସହ ମୁହାଁମୁହିଁ ପୂର୍ବରୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । ଆତ୍ମସମର୍ପଣ ପାଇଁ ପ୍ରୋତ୍ସାହିତ କରିଥିବା ଏସ୍ଏସ୍ପି ଅନିତା ଶର୍ମାଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି । ଛାତ ଉପରେ ଛିଡା ହୋଇ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ବାହାରକୁ ଆସିବାକୁ ଏକ ମାଇକରେ କହୁଛନ୍ତି ଅନିତା ।

ଏହି ଭିଡିଓରେ ଅନିତା କହୁଛନ୍ତି, ଓସାମା, ସମସ୍ତଙ୍କ ସହ ତୁମର କଥା କରାଇଦେବୁ । ଆମେ ଅଛୁ, ତମର କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ । ବାହାରକୁ ଆସ । ସ୍ଥାନୀୟ ଲୋକଙ୍କୁ ପ୍ରଥମେ ବାହାରକୁ ଛାଡ । ସମସ୍ତଙ୍କ ଅସ୍ତ୍ରଶସ୍ତ୍ର ସ୍ଥାନୀୟ ଲୋକଙ୍କ ସହ ବାହାରକୁ ପଠାଇଦିଅ । ଏହା ପରେ ସେ କହୁଛନ୍ତି, ଓସାମା ତୁମକୁ ଦିଆଯାଇଥିବା ୧୫ ମିନିଟ୍ ଶେଷ ହୋଇଛି । ଏବେ ବାହାରକୁ ଆସିଯାଅ ।

ଏହା ପରେ ମଧ୍ୟ ଆତଙ୍କବାଦୀମାନେ ବାହାରକୁ ନଆସିବାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ବନ୍ଧକ ରହିଥିବା ପରିବାରର ସମସ୍ତ ସଦସ୍ୟଙ୍କୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରାଯାଇଥିଲା । ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତ ତିନି ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.