Below header

ରାସ୍ତାରେ ଯାଉଥିବା ମଇଁଷିକୁ ଲାତ ମାରିଲେ ବାଇକରେ ବସିଥିବା ବ୍ୟକ୍ତି, ଆଉ ତାପରେ କର୍ମ ଫଳ ଭଗବାନ କଣ ଦେଲେ ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରଲ ହେଉଛି। ଖାସ କରି ଲୋକମାନେ ବେସି ପଶୁ ପକ୍ଷୀଙ୍କ ଭାଇରଲ ହେଉଥିବା ଭିଡ଼ିଓକୁ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି। ଆପଣ ସିଂହ, ସାପ ଏବଂ ହାତୀ ମାନଙ୍କ ଲଢେଇ ଦେଖିଥିବେ। ଜଙ୍ଗଲରେ ମୂଷା-ବିଲେଇ ଏବଂ ବାଘ ହରିଣ ଭିତରେ ହେଉଥିବା ଲଢେଇରେ ଦୁର୍ଲଭ ଭିଡିଓ ଦେଖିଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ମଇଁଷିକୁ ଲାତ ମାରିବା ମହଙ୍ଗା ପଡିଲା।

‘କୁହାଯାଏ ଯିଏ ପର ପାଇଁ ଗାତ ଖୋଳେ ସେ ସେହି ଗାତରେ ନିଜେ ପଡେ’। ଆଉ ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ଆଜି ଆପଣ ଏହି ଭିଡ଼ିଓ ଦେଖି ଜାଣିପାରିବେ। ବ୍ୟକ୍ତି ରାସ୍ତାରେ ବାଇକରେ ଯାଉଥିବାବେଳେ ଏକ ମଇଁଷିକୁ ଲାତ ମାରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାଙ୍କୁ ଉପରୱାଲାଙ୍କ ଲାଠି ପଡିଗଲା। ଯାହାକୁ ଦେଖି ଆପଣ ମଧ୍ୟ ବୁଝିପାରିବେ ଯେ କର୍ମର ଫଳ ନିଶ୍ଚିତ ମିଳିଥାଏ। ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।


ଭିଡ଼ିଓରେ ଆପଣ ଦେଖିପାରୁଥିବେ ଏହି ବ୍ୟକ୍ତି ଜଣଙ୍କ ବାଇକ ପଛରେ ବସି ଯାଉଥିବାବେଳେ ରାସ୍ତାରେ ଯାଉଥିବା ମଇଁଷିକୁ ଲାତ ମାରିଲେ। କିନ୍ତୁ ଏହି ସମୟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତାରେ ପଡିଗଲା। ଏହିସମୟରେ ବାଇକ ଚାଳକ ତଳେ କଚାଡି ହୋଇ ପଡିଲେ ଆଉ ବାଇକ ଯାଇ କିଛି ଦୂରରେ ଫୋପାଡ଼ି ହୋଇ ପଡ଼ିଲା।

ତେବେ ଘଟଣାର ପୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଆପଣ ବି ଦେଖିଥିବେ ଯେ କିଛି ଲୋକ ବାଇକ କିମ୍ବା ସାଇକେଲରେ ଯାଉଥିବାବେଳେ କୁକୁର କିମ୍ବା ଅନ୍ୟ ପଶୁଙ୍କୁ ଗୋଇଠା ମାରୁଥିବା ଦୃଶ୍ୟ ଦେଖିଥିବେ। ଯଦି ଆପଣ ବି ଏମିତି କରୁଥାନ୍ତି ତାହେଲେ ସାବଧାନ ହୋଇଯାନ୍ତୁ, କାହିଁକିନା କର୍ମ ଫଳ ନିଶ୍ଚୟ ମିଳିଥାଏ। ଆଉ ଏହା ବେଳେବେଳେ ଇନଷ୍ଟାଣ୍ଟ ବି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.