Below header

ସ୍ୱାମୀ ସାଜିଲା ବଇରି, ଘଟାଇଲା ନାରକୀୟ କାଣ୍ଡ: ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି କଲା ହତ୍ୟା !

ସ୍ୱାମୀ ସାଜିଲା ବଇରି। ପବିତ୍ର ସମ୍ପର୍କରେ ଲଗାଇଲା ରକ୍ତର ଛିଟା। ନିଜ ପୁଅ ଓ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା କୁଶ ଗଡିଆ ଗ୍ରାମରେ ।

ଭଦ୍ରକ(କେନ୍ୟୁଜ୍): ବେଳେ ବେଳେ ସମାଜରେ ଏପରି ନାରକୀୟ କାଣ୍ଡ ଘଟିଯାଏ ଯାହାକୁ ଏକ ସଭ୍ୟ ସମାଜ ପକ୍ଷେ ସହ୍ୟ କରିବା ଅସମ୍ଭବ ହୁଏ । ମଣିଷ ଏଠି ପାଲଟି ଯାଏ ସୈତାନ । ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଭାବିବେ ପାରିବାରିକ କଳହର ପରିଣତି ଏତେ ଭୟଙ୍କର ହୋଇପାରେ!

ସ୍ୱାମୀ ସାଜିଲା ବଇରି। ପବିତ୍ର ସମ୍ପର୍କରେ ଲଗାଇଲା ରକ୍ତର ଛିଟା। ନିଜ ପୁଅ ଓ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା କୁଶ ଗଡିଆ ଗ୍ରାମରେ । ଏଠାରେ ବନ୍ତ ଅଂଚଳର ଉମେଶ ନାୟକ କୁଶ ଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ଆସି ରହୁଥିଲା । ତେବେ ବିଭିନ୍ନ ସମୟ ଉମେଶ ମଦ ପାନ କରି ନିଶା ଶକ୍ତ ଅବସ୍ଥାରେ ନିଜ ସ୍ତ୍ରୀ କୁ ମାର୍ ପିଟ୍ କରୁଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଉଥିଲା ।

ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଉମେଶ ନିଜ ସ୍ତ୍ରୀ କାଞ୍ଚନ ଓ ୮ବର୍ଷ ର ପୁଅ ଉତ୍ପଳକୁ ଶୋଇଥିବା ବେଳେ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି । ଯାହା ସୂଚନା ମିଳିଛି ଉମେଶ ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇ ଗାଁ ପାଖ ଏକ ଗଛ ଉପରେ ଚଢି ଲୁଚିଯାଇଥିଲା । ତେବେ ଏହି ଖବର ସକାଳୁ ଜଣା ପଡିବା ପରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେବା ସହିତ ଫେରାର ଉମେଶକୁ ଖୋଜା ଖୋଜି କରିଥିଲେ ।

ଶେଷରେ ଗଛ ଉପରେ ଚଢି ଲୁଚି ଥିବା ଉମେଶକୁ କାବୁ କରି ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଭଣ୍ଡାରିପୋଖରୀ ପୋଲିସ୍ ଘଟଣାସ୍ଥଳରେ ପହଂଚି ଦୁଇଟି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତକୁ କଠୋରୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ଉଠିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.