Below header

ପରିବା ସଫା କରିବା ପାଇଁ ଆପଣେଇଲେ ନିଆରା ଉପାୟ, ଆପଣ ବି ଥରେ ଦେଖିନିଅନ୍ତୁ ଏହି ଯୁଗାଡ଼ର ଭିଡିଓ

କରୋନା ସମୟରେ ମାସ୍କ ଆଉ ସାନିଟାଇଜର ଜୀବନର ଏକ ମୁଖ୍ୟ ଅଂଶ ପାଲଟି ଯାଇଛି । କିନ୍ତୁ କରୋନାର ଭୟ ଏତେ ମାତ୍ରାରେ ବଢିଯାଇଛି ଯେ ଲୋକେ ବର୍ତ୍ତମାନ ଘରକୁ ଆଣୁଥିବା ପ୍ରତ୍ୟେକ ଜିନିଷକୁ ସାନିଟାଈଜ କରୁଛନ୍ତି । ଏଥିପାଇଁ କିଏ ପରିବାକୁ ପାଣିରେ ଧୋଇଥାଏ ତ କେହି ସାବୁନରେ । କିନ୍ତୁ ସୋସିଆଲ ମିଡିଆରେ ଫଳ ଓ ପରିବାକୁ ସାନିଟାଈଜ କରିବାର ଏପରି ଏକ ଯୁଗାଡ଼ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ବି କହିବେ ଯେ ଭାରତୀୟ ସତରେ ଯୁଗାଡ଼ରେ ଆଗରେ । କାରଣ ଏହି ବ୍ୟକ୍ତି ଜଣକ ପ୍ରେସର କୁକରରୁ ବାହାରୁଥିବା ଧୂଆଁ ଦ୍ୱାରା ପରିବାକୁ ସାନିଟାଈଜ କରିବାର ଏକ ସ୍ୱତନ୍ତ୍ର ଉପାୟ ଆପଣେଇଛନ୍ତି ।

ଏହି ଭିଡିଓକୁ ଆଇଏଏସ ସୁପ୍ରିୟା ସାହୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତି ପରିବାକୁ ସାନିଟାଈଜ କରିବାର ଗଜବ ଯୁଗାଡ଼ । ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ପ୍ରେସରକୁକରର ସିଟି ବାହାର କରି ସେଥିରେ ଏକ ପାଇପ ଲଗାଇଛନ୍ତି ଏବଂ କୁକରରୁ ବାହାରୁଥିବା ଧୂଆଁରେ ଶାଗ ଓ ପରିବାଗୁଡିକୁ ସାନିଟାଈଜ କରୁଛନ୍ତି । ବ୍ୟକ୍ତିଙ୍କ କହିବା ଅନୁଯାୟୀ ଗରମ ପାଣିରେ ଧୋଇବା ପରେ ଶାଗ କିମ୍ବା ପରିବା ଖରାପ ହୋଇପାରେ କିନ୍ତୁ ଏହିସବୁ ପରିବା ନ ଛୁଇଁ ବହୁତ ସହଜରେ ଭଲଭାବେ ସାନିଟାଈଜ ହୋଇପାରିବ ।


ଯୁଗାଡ଼ର ଏହି ଭାଇରଲ ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ବହୁତ ପସନ୍ଦ କରୁଛନ୍ତି । ଯଦିଓ ଏହି ଯୁଗାଡ଼କୁ ଲୋକେ ନମ୍ବର ୱାନ ବୋଲି କହିଛନ୍ତି କିନ୍ତୁ ଏହିପରି ଯୁଗାଡ ଅତ୍ୟନ୍ତ ବିପଦପୂର୍ଣ୍ଣ ମଧ୍ୟ ସାବ୍ୟସ୍ତ ହୋଇପାରେ । ବାକି ଆପଣଙ୍କ ଉପରେ ନିର୍ଭର କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.