ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ୍‌ ସ୍ୱାମୀ, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେବେ ମୋଦି!

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଦାବି ଜୋର୍‌ ଧରିଛି। କିଛି ଦିନ ତଳେ ପୂର୍ବ ସାଂସଦ ପପୁ ଯାଦବ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଏନେଇ ଚିଠି ଲେଖିଥିଲେ। ଏହାର ଉତ୍ତରରେ ଅମିତ ଶାହା ଲେଖିଥିଲେ ମାମଲା ସମ୍ବନ୍ଧିତ ସମସ୍ତ ତଥ୍ୟ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଛି। ଅନ୍ୟପଟେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ମଧ୍ୟ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଚିଠିକୁ ସ୍ୱୀକାର କରିଛନ୍ତି ଓ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ଜୁନ୍‌ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତ ନିଜ ମୁମ୍ବାଇସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପୋଷ୍ଟମର୍ଟମ୍‌ ଓ ଭିସାରା ରିପୋର୍ଟରେ ମଧ୍ୟ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି। ତେବେ ଆତ୍ମହତ୍ୟା ପରେ ଜଣାପଡ଼ିଛି ଯେ ସୁଶାନ୍ତ କିଛି ଦିନ ହେବ ଡିପ୍ରେସନ୍‌ରେ ଥିଲେ। ମୁମ୍ବାଇ ପୋଲିସ ମାମଲାର ଯାଞ୍ଚ କରୁଛି ଓ ଏବେ ଯାଏଁ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ କରାଯାଇଛି।

modi2

ତେବେ ଏହି ମାମଲା ଉପରେ ଦିଲ୍ଲୀର ଓକିଲ ଇଶାକରଣ ଭଣ୍ଡାରୀ ମଧ୍ୟ ନଜର ରଖିଛନ୍ତି। ଭଣ୍ଡାରୀ ସୂଚନା ଦେଇ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠି ମୋଦିଙ୍କ ନିକଟରେ ପହଞ୍ଚିଛି।

ଏନେଇ ଟ୍ଵିଟରରେ ସୂଚନା ଦେଇ ସେ କହିଛନ୍ତି ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କ ଉକ୍ତ ଚିଠିକୁ ପିଏମ୍‌ ମୋଦି ଗ୍ରହଣ କରିଛନ୍ତି। ଖୁବ୍‌ଶୀଘ୍ର ସେ ଏନେଇ ନିଷ୍ପତ୍ତି ଶୁଣାଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.