Below header

ଭାରତରେ ଚାଲିଛି ଆଇଏସ୍‌ଆଇ ଆତଙ୍କବାଦୀ ସଂଗଠନ, ଜାତିସଂଘ ଦେଲା ଚେତାବନୀ

ଜେନେଭା : ଭାରତରେ ଏବେ ବି ବହୁ ଆତଙ୍କବାଦୀ ଲୁଚିଛନ୍ତି । ସେମାନେ ଭାରତରେ ବିଭିନ୍ନ ସ୍ଥାନରେ ବଡ଼ ଧରଣର ଆକ୍ରମଣ କରିପାରନ୍ତି ବୋଲି ଜାତିସଂଘ ତା’ର ଏକ ରିପୋର୍ଟରେ ପ୍ରକାଶ କରିଛି । ଏହି ଆତଙ୍କବାଦୀମାନେ ବିଶେଷ କରି କେରଳ ଓ କର୍ଣ୍ଣାଟକରେ ଲୁଚିଛନ୍ତି ବୋଲି ଜାତିସଂଘ ଚେତାଇ ଦେଇଛି ।

ଏହି ସଂଗଠନରେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ମ୍ୟାମାଁର ପ୍ରାୟ ୨୦୦ ଆତଙ୍କବାଦୀ ଥିବା ଜାତିସଂଘ ତା’ର ରିପୋର୍ଟରେ ପ୍ରକାଶ କରିଛି । ଭାରତରେ ଆଇଏସ୍‌ଆଇର ଏହି ସଂଗଠନ ହିନ୍ଦ ଓ୍ଵିଲାୟା ନାମରେ ତା’ର କାର୍ଯ୍ୟାଧାରା ଜାରି ରଖିଛି । ଏହି ସଂଗଠନ ଭାରତରେ ତା’ର ଉପସ୍ଥିତି ନେଇ ୨୦୧୯ ମସିହା ମଇ ୧୦ ତାରିଖରେ ଘୋଷଣା କରିଥିଲା । ଏଥିରେ ୧୮୦ ରୁ ୨୦୦ ଜଣ ସଦସ୍ୟ ଅଛନ୍ତି ।

ଗତ ବର୍ଷ ମଇ ମାସରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌ଆଇଏଲ୍‌, ଆଇଏସ୍‌ଆଇଏସ୍‌ କିମ୍ବା ଦାଏସ) ଆତଙ୍କ ଗୋଷ୍ଠୀ ଭାରତରେ ଏକ ନୁଆ ପ୍ରଦେଶ ଗଠନ କରିବାକୁ ମଧ୍ୟ ତା’ର ‘ଅମକ୍‌ ନ୍ୟୁଜ୍‌ ଏଜେନ୍ସି’ ରେ ଘୋଷଣା କରିଥିଲା । କାଶ୍ମୀରରେ ସୂରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ସହ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଏଭଳି ଘୋଷଣା ନଜରକୁ ଆସିଥିଲା ।

ତେବେ ଏହାକୁ ସେତେବେଳେ ଜାମ୍ମୁ-କାଶ୍ମୀରର ଜଣେ ବରିଷ୍ଠ ପୋଲିସ ଅଫିସର ଅସ୍ୱୀକାର କରିଥିଲେ । ଆଜି ଜାତିସଂଘ କେରଳ ଓ କର୍ଣ୍ଣାଟକରେ ଲୁଚିଥିବା ଆତଙ୍କବାଦୀ ସମ୍ପର୍କରେ ଖବର ପ୍ରକାଶ କରିବା ପରେ ଭାରତ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.