ବ୍ରହ୍ମଗିରି: ପିଶାଚ ପ୍ରେମିକ କଲା ପ୍ରେମିକାକୁ ହତ୍ୟା, ମାରି ପୋତିଦେଲା ପୋଖରୀ ହୁଡାରେ

ବ୍ରହ୍ମଗିରି(କେନ୍ୟୁଜ୍): ଧରା ପଡିଲା ସୈତାନ ପ୍ରେମିକ। ନିଜ ପ୍ରେମିକାକୁ ହତ୍ୟା କରି ପୋଖରୀ ହୁଡାରେ ପୋତି ଗାଁରେ ବେଫିକର ହୋଇ ବୁଲୁଥଲା। ଆଜି ଗିରଫ କରିଛି ବ୍ରହ୍ମଗିରି ପୋଲିସ।

ମିଳିଥିବା ସୂଚନା ମୁତାବକ ବ୍ରହ୍ମଗିରି ଶ୍ରୀକରପୁର ଗାଁର ରମେଶ ମହାପାତ୍ରଙ୍କ ଝିଅ ହାସିନାଙ୍କ ସହ ସୁଜିତଙ୍କ ସହ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା । ଗତ ୧୮ ତାରିଖରେ ଉଭୟ କେଉଁଆଡେ ଚାଲିଯାଇଥିଲେ । ତେବେ ପରେ ସୁଜିତ ଗାଁକୁ ଫେରି ବୁଲୁଥିବାର ଦେଖିବାକୁ ପାଇଥିଲେ ହାସିନାଙ୍କ ପରିବାର ଲୋକେ । ଏନେଇ ପୋଲିସ୍‌କୁ ଖବର ଦେବାରୁ ସୁଜିତକୁ ଅଟକ ରଖି ପଚରା ଉଚରା କରିଥିଲା ପୋଲିସ୍‌ । ତେବେ ପ୍ରେମିକାକୁ ହତ୍ୟା କରି ପୋତି ଦେଇଥିବା ସ୍ୱୀକାର କରିଛି ସୁଜିତ । ହେଲେ ହତ୍ୟା କଣ ପାଇଁ କରିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ । ସେପଟେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.