Below header

ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଗଲା ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ

ବିଶିଷ୍ଟ ସାହିତ୍ୟିକା, ସୁଲେଖିକା, ଔପନାସିକା ବୀଣାପାଣି ମହାନ୍ତିଙ୍କୁ ୨୦୧୯ ମସିହା ପାଇଁ ପ୍ରଦାନ କରାଗଲା ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର । ଆଜି ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷେତ୍ର ଦିବସ ଅବସରରେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ପୂର୍ବାହ୍ନରେ କଟକସ୍ଥିତ ବାସଭବନରେ ତାଙ୍କୁ ମାନପତ୍ର, ଉତ୍ତରୀୟ ସମେତ ଏକ ଲକ୍ଷ ଟଙ୍କା ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଏକାଡେମୀର ସଚିବ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରଶସ୍ତି ପତ୍ର ପାଠ କରିଥିଲେ । ଏହା ସହ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବିଶିଷ୍ଟ ଔପନାସିକାଙ୍କୁ ଶେଭେଚ୍ଛା ଜଣାଇବା ଅନ୍ୟ ଲେଖକ/ ଲେଖିକା ମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ଅନ୍ୟପକ୍ଷରେ ବୀଣାପାଣି ମହାନ୍ତି ଏହି ସମ୍ମାନକୁ ସାଦରେ ଗ୍ରହଣ କରିବା ସହିତ ସଂସ୍କୃତି ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକଙ୍କ ସମେତ କଟକ ଜିଲ୍ଲାପାଳ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଥିବାରୁ ଗର୍ବିତ ଥିବା କହିଛନ୍ତି । ଏହାବାଦ ଉତ୍କଳ ଲେଖିକା ସଂଘ ପାଇଁ ଯଦି ସରକାରୀ ସୁବିଧା ଯୋଗାଇ ଦିଆଯାଏ ତେବେ ଏହାର ସଦସ୍ୟମାନେ ଅଧିକ ଉପକୃତ ହେବେ ବୋଲି କହିଛନ୍ତି । ବିଭାଗୀୟ ସଚିବ କହିଥିଲେଯେ, ପରିସ୍ଥିତି ସ୍ୱାଭାବିକ ଥିଲେ ରବୀନ୍ଦ୍ର ମଣ୍ଡପ ଠାରେ ଏକ ଭବ୍ୟ ସମାରୋହରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥାନ୍ତା । କିନ୍ତୁ କରୋନା ପରିସ୍ଥିତି କାରଣରୁ ହିଁ ତାଙ୍କୁ ତାଙ୍କ ଘରେ ହିଁ ସମ୍ୱର୍ଦ୍ଧନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.