ଭାରତର କେତେକ ସ୍ଥାନରେ ଏଭଳି ଅନେକ ରହସ୍ୟ ରହିଛି ଯାହାର ସତ୍ୟତା ଏପର୍ଯ୍ୟନ୍ତ ବୈଜ୍ଞାନିକଙ୍କୁ ଅଜଣା। ଏପରି ଏକ ହ୍ରଦ ମହାରାଷ୍ଟ୍ରରେ ରହିଛି। ଯାହାର ନାମ ଲୋନାର ରହିଛି। ନାସା ଠାରୁ ଆରମ୍ଭ କରି ସମଗ୍ର ବିଶ୍ୱର ଏଜେନ୍ସୀ ଏହି ହ୍ରଦର ରହସ୍ୟ ଜାଣିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରିନାହିଁ।
ଏହି ହ୍ରଦର ଉତ୍ପତ୍ତି ୫ ଲକ୍ଷ ୭୦ ହଜାର ବର୍ଷ ତଳେ ଉଲ୍କା ପିଣ୍ଡ ଯୋଗୁ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି। ଏହି ହ୍ରଦ ମହାଭାରତ ଏବଂ ରାମାୟଣ ଯୁଗରୁ ମଧ୍ୟ ରହିଥିଲା ବୋଲି ଜଣାପଡିଛି। ଏହାର ପାର୍ଶ୍ୱରେ ଥିବା ପଥର ଚଟାଣର ପରୀକ୍ଷା ନିରୀକ୍ଷା କରାଯାଇ ଏହା ଆକଳନ କରାଯାଉଛି।
୨୦୧୦ ପୂର୍ବରୁ ଏହା ୫୨ ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଥିଲା। ଏଭଳି ହ୍ରଦ ମଙ୍ଗଳ ଗ୍ରହରେ ମଧ୍ୟ ରହିଛି ବୋଲି ନାସାର ବୈଜ୍ଞାନିକ କହିଛନ୍ତି। ଏହି ହ୍ରଦ ପାଣିର ରାସାୟନିକ ଗୁଣ ମଙ୍ଗଳଗ୍ରହର ହ୍ରଦର ଗୁଣ ସହିତ ମେଳ ଖାଇବ ବୋଲି ନାସା କହିଛି। ଏହା ଆଗ୍ନେୟଗିରି ଯୋଗୁ ସୃଷ୍ଟି ହୋଇଥିବାର ଅନୁମଧ୍ୟ କରାଯାଉଥିଲା। ତେବେ ଏହାର ଗଭୀରତା ୧୫୦ ମିଟର ହୋଇଥିବାରୁ ହ୍ରଦଟି ଉଲ୍କା ପିଣ୍ଡ ଯୋଗୁ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ମତ ଦେଇଥିଲେ। ମାତ୍ର ଉଲ୍କା ପିଣ୍ଡର ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ।
ଏହି ହ୍ରଦକୁ ନେଇ ଅନେକ ପୌରାଣିକ ଗ୍ରନ୍ଥରେ ମଧ୍ୟ ଚର୍ଚ୍ଚା ହୋଇଛି। ଋକବେଦ ଏବଂ ସ୍କନ୍ଦ ପୁରାଣରେ ମଧ୍ୟ ଦେଖିବାକୁ ମିଳିଛି। ଏହାଛଡା ପଦ୍ମପୁରାଣ ଏବଂ ଆଇନ ଏ ଆକବରୀରେ ଏହା ବିଷୟରେ ଆଲୋଚନା କରାଯାଇଛି। କିନ୍ତୁ ଏହି ହ୍ରଦର ସନ୍ଧାନ ୧୮୨୩ ମସିହାରେ ମିଳିଥିଲା। ଏହି ହ୍ରଦ ନିକଟରେ ଅନେକ ପ୍ରାଚୀନ ମନ୍ଦିରର ଅବଶେଷ ମଧ୍ୟ ରହିଛି। ଏଠାରେ ଭଗବାନ ବିଷ୍ଣୁ, ଦୁର୍ଗା, ସୂର୍ଯ୍ୟ ଏବଂ ନରସିଂହଙ୍କୁ ସମିର୍ପତ ଦୈତ୍ୟାସୁନ୍ଦନ ମନ୍ଦିର ରହିଛି। ଏହାଛଡା ଲୋନାରଘର ମନ୍ଦିର, କମଲଜା ମନ୍ଦିର, ମୋଠା ମାରୁତି ମନ୍ଦିର ରହିଛି। ଏହି ମନ୍ଦିରକୁ ୧୦୦୦ ବର୍ଷ ପୂର୍ବେ ଯାଦବ ବଂଶର ରାଜାମାନେ କରିଥିଲେ।