Below header

ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ଦେଖିବା ପାଇଁ ନିହାତି ଜରୁରୀ ଏହି ଆକ୍ଟିଭେସନ, ଜାଣନ୍ତୁ ପ୍ରକ୍ରିୟା

ସାଧାରଣତଃ ଏମ୍ପ୍ଲୋୟୀଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ ବା ଇପିଏଫଓ ଖାତାଧାରକଙ୍କ ପାଇଁ ଇ- ପୋର୍ଟାଲସେବାରେ ଅନେକ ତଥ୍ୟ ଉପଲବ୍ଧ ଥାଏ । ଯେଉଁଥିରେ ନିଜ ପିଏଫ ଷ୍ଟେଟମେଣ୍ଟକୁ ଦେଖିପାରିବା ସହ ଅର୍ଥରାଶି ବି ଉଠାଇ ପାରନ୍ତି । ଏହା ସହ ଆକାଉଣ୍ଟ ଟ୍ରାନ୍ସଫର ପାଇଁ ବି ଆବେଦନ କରିପାରନ୍ତି । ଏସବୁ ବାଦ ନୋମିନେସନ ବି ଫାଇଲ କରାଯାଇପାରେ । କିନ୍ତୁ ଏହି ସବୁ ତଥ୍ୟ ପାଇବା ପାଇଁ ଇପିଏଫଓ ଇ-ପୋର୍ଟାଲରେ ଲଗ ଇନ ହେବା ନିହାତି ଜରୁରୀ । କିନ୍ତୁ ଏହାର ବିଭିନ୍ନ ପ୍ରକ୍ରିୟା ଗୁଡିକ ବିଷୟରେ ଅନେକଙ୍କର ଧାରଣା ନଥାଏ । ତେବେ ଜାଣି ରଖିବା ନିଜ ବାଲାନ୍ସ ଜାଣିବାର ଏହାର ସଠିକ ପ୍ରକ୍ରିୟା :

– ସର୍ବ ପ୍ରଥମେ ଆପଣଙ୍କୁ ଅନଲାଇନରେ  http://unifiedportal-mem.epfindia.gov.in/membarinterface/ଲିଙ୍କକୁ ଯିବାକୁ ପଡିବ ।

– ଏହା ପରେ ଆପଣ ଆକ୍ଟିଭେଟ ଉପରେ କ୍ଲିକ କରନ୍ତୁ ।

epfo

-ଏହା ପରେ ଆପଣଙ୍କ ସ୍କ୍ରିନରେ ଏକ ନୂଆ ପେଜ ଖୋଲିଯିବ । ଏବେ ନିଜ ପାନ, ଆଇଡି ମେମ୍ବର, ଆଧାର ବା ଯୁଏନ ନମ୍ବର ଦିଅନ୍ତୁ । ଏହାପରେ ଗାଇଡ଼ ଲାଇନ ଅନୁଯାୟୀ ନିଜ ତଥ୍ୟ ଦିଅନ୍ତୁ ।

– ଏହାକୁ ଭରିବା ପରେ ଆପଣଙ୍କୁ ର ବିକଳ୍ପ ମିଳିବ । ଏହା ଉପରେ କ୍ଲିକ କରିବା ପରେ ଆପଣଙ୍କ ନିକଟକୁ ଏକ ଓଟିପି ନମ୍ବର ଯିବ ।

– ଯୁଏଏନ ଆକ୍ଟିଭେଟ ହେବା ପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ ଯିବ । ଏଥିରେ ଇପିଏଫଓ ପୋର୍ଟାଲ ଉପରେ ଲଗ ଇନ କରିବା ପାଇଁ ଏକ ପାସୱାର୍ଡ଼ ପଠାଯିବ ।

Image result for epfo

ଜାଣି ରଖନ୍ତୁ ଇପିଏଫଓ ପୋର୍ଟାଲ ଉପରେ କେମିତି କରିବେ ଲଗ ଇନ:

-ଆପଣଙ୍କ ଯୁଏଏନକୁ ଆକ୍ଟିଭେଟ କରିବା ପରେ ଆପଣ ନିଜ ଇପିଏଫଓ ପୋର୍ଟାଲରେ ଲଗ-ଇନ କରିପାରିବେ । ଏଥିପାଇଁ ନିଜ ଯୁଏଏନ ନମ୍ବରକୁ ଦାଖଲ କରନ୍ତୁ ।
– ଯଦି ଆପଣ ନିଜ ଆକାଉଣ୍ଟ ଲଗ ଇନ କରିବା ପରେ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ପିଏଫ ଖାତାରେ କେତେ ଟଙ୍କାର ବାଲାନ୍ସ ଅଛି । ତେବେ ଆପଣଙ୍କୁ ୬ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ | ଯୁଏଏନ ଆକ୍ଟିଭେସନର ୬ ଘଣ୍ଟା ପରେ ଆପଣ ନିଜ ବାଲାନ୍ସ ଦେଖିପାରିବେ ।
ପ୍ରୋଭିଡେଣ୍ଟ ଫଣ୍ଡ ଖାତା ଧାରକ ମାନେ ନିଜ ବାଲାନ୍ସ ଦେଖିବା ପାଇଁ ନିହାତି ଆବଶ୍ୟକ ଯୁଏଏନ ଆକ୍ଟିଭେସନ, ଜଣାନ୍ତୁ ଏହାର ପ୍ରକ୍ରିୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.