ଦୀର୍ଘ ୨୭ ବର୍ଷ ଧରି ଝୁମ୍ପୁଡିରେ ରହି ଆସୁଥିବା ସହିଦଙ୍କ ପତ୍ନୀଙ୍କୁ ରକ୍ଷା ବନ୍ଧନରେ କିଛି ଏମିତି ଉପହାର ଦେଲେ ଗ୍ରାମର ଯୁବକ

ଗତକାଲି ଥିଲା ପବିତ୍ର ରକ୍ଷା ବନ୍ଧନ। ଏହି ଦିନରେ ଭାଇକୁ ଭଉଣୀ ରାକ୍ଷୀ ପିନ୍ଧାଇଥାନ୍ତି। ରାକ୍ଷୀ ପିନ୍ଧାଇବା ପରେ ଭାଇ ଭଉଣୀକୁ ଉପହାର ବା ଗିଫ୍ଟ ଦେଇଥାନ୍ତି। କିନ୍ତୁ ଆଜି ଯେଉଁ ଘଟଣା ବିଷୟରେ ଆପଣଙ୍କୁ ଆଜି ଜଣାଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ନିଶ୍ଚୟ ସେହି ଭାଇଙ୍କୁ ପ୍ରଶଂସା କରିବେ। ଇନ୍ଦୋରର ବେଟମାର ଯୁବକ ଏହି ପର୍ବକୁ ଭିନ୍ନ ରୂପରେ ପାଳନ କରିଛନ୍ତି। ଗାଁର ଯୁବକ ସେହି ଗାଁର ଜଣେ ସହିଦଙ୍କ ସ୍ତ୍ରୀଙ୍କୁ ଏକ ନୂଆ କୋଠା ଘର ତିଆରି କରି ଉପହାର ଦେଇଛନ୍ତି। ଗାଁର ଯୁବକ ୭୩ତମ ସ୍ବାଧୀନତା ଦିବସ ଏବଂ ରକ୍ଷା ବନ୍ଧନ ଅବସରରେ ସହିଦଙ୍କ ସ୍ତ୍ରୀଙ୍କୁ ଏହି ସୁନ୍ଦର ଉପହାର ଦେଇଛନ୍ତି।

ସୀମା ସୁରକ୍ଷା ବଳର ଯବାନ ମୋହନ ସିଂହ ୨୭ ବର୍ଷ ପୂର୍ବେ ସହିଦ ହୋଇଥିଲେ। ତାଙ୍କର ସ୍ତ୍ରୀ ରାଜୁ ବାଇ ଏବଂ ଦୁଇ ସନ୍ତାନ ଦୀର୍ଘ ୨୭ ବର୍ଷ ହେବ ଏକ ମାଟି ଝୁମ୍ପୁଡି ଘରେ ରହିଆସୁଥିଲେ। ବାରମ୍ବାର ସରକାରଙ୍କୁ ଏହା ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ମାତ୍ର ୭୦୦ ଟଙ୍କା ମାସିକ ଭତ୍ତାରେ ସହିଦଙ୍କ ସ୍ତ୍ରୀ ନିଜ ପରିବାର ପୋଷୁଥିଲେ।

indoreସହିଦଙ୍କ ସ୍ତ୍ରୀଙ୍କର ଏପରି ଅବସ୍ଥା ଦେଖି ସହି ପାରିଲେ ନାହିଁ ଗ୍ରାମବାସୀ ସେଥିପାଇଁ ଏକାଠି ହୋଇ ଚାନ୍ଦା କରିବା ପାଇଁ ଏକ ଅଭିଯାନ ଚଲାଇଲେ ଘରଟିଏ ଦେବାପାଇଁ ଯାହର ନାମ ରଖାଯାଇଥିଲା ‘ୱାନ ଚେକ୍-ୱାନ ସାଇନ’। ଦେଖୁଦେଖୁ ୧୧ ଲକ୍ଷ ଟଙ୍କା ସଞ୍ଚୟ ହୋଇଗଲା। ରାଜୁ ବାଈଙ୍କୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୦ ଲକ୍ଷ ଟଙ୍କାର ନୂଆ କୋଠା ଉପହାର ଦେଇଛନ୍ତି। ବଳକା ଏକ ଲକ୍ଷ ଟଙ୍କାରେ ସହିଦ ମୋହନ ସିଂହଙ୍କ ପ୍ରତିମା ତିଆରି କରାଗଲା।

ଏହା ସହ ପଢ଼ନ୍ତୁ : କାହିଁକି ନିଜ ଝିଅର ନାମ ‘ବାଂସୁରୀ’ ରଖିଥିଲେ ସୁଷମା ସ୍ୱରାଜ, ବହୁତ ରୋଚକ ଏହା ପଛରେ ଥିବା କାହାଣୀ

ଗ୍ରାମବାସୀମାନେ ରାଜୁ ବାଈଙ୍କୁ ଏକ ଭିନ୍ନ ଧରଣର ଗ୍ରୁହ ପ୍ରବେଶ କରାଇଲେ। ଯାହାକୁ ଦେଖିବା ପରେ ଆପଣ ମଧ୍ୟ କାନ୍ଦି ପକାଇବେ। ଗାଁର ଯୁବକାମାନେ ଧାଡି ହୋଇ ଦୁଇ ହାତ ପାପୁଲିକୁ ତଳେ ରଖିଲେ ଏବଂ ସହିଦଙ୍କ ସ୍ତ୍ରୀ ତାହା ଉପରେ ଚାଲି ଚାଲି ଗ୍ରୁହ ପ୍ରବେଶ କରିଥିଲେ।