Below header

ପରିବର୍ତ୍ତନ ହେଲା ମେଡିକାଲ ବଣ୍ଡ ପଲିସି ନିୟମ, ଏମବିବିଏସ୍ ପରେ ପିଜି କଲେ ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କରିବେ କାମ

ଭୁବନେଶ୍ବର (କେନ୍ୟୁଜ୍) : ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ । ଏଣିକି ସରକାରୀ ମେଡିକାଲ କଲେଜରେ ଯେଉଁମାନେ ଏମବିବିଏସ୍‌  ପରେ ପିଜି କିମ୍ବା ସୁପର ସ୍ପେଶାଲିଟି କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ । ଯଦି ନକରନ୍ତି, ପିଜି ପାଇଁ ଦେଢ କୋଟି, ସୁପର ସ୍ପେଶାଲିଟି ପାଇଁ ୨ କୋଟି ଟଙ୍କା ଦେବାକୁ ପଡ଼ିବ । ଚଳିତ ବର୍ଷରୁ ଏହାକୁ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

-ପିଜି କଲେ ରାଜ୍ୟ ସରକାରଙ୍କ ଅଧିନରେ କରିବେ କାମ

-ସୁପର ସ୍ପେଶାଲିଟି କୋର୍ସ କଲେ ବି ସରକାରଙ୍କ ଅଧିନରେ କରିବେ କାମ

-ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ

-ନକଲେ, ପିଜି ପାଇଁ ଦେଢ କୋଟି ଦେବାକୁ ପଡ଼ିବ

-ସୁପର ସ୍ପେଶାଲିଟି ପାଇଁ ୨ କୋଟି ଟଙ୍କା ଦେବାକୁ ପଡ଼ିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.