ପୂର୍ବତନ ବାଲିଗୁଡା କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ପୂର୍ବତନ ବାଲିଗୁଡା କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ ଘଟିଛି। ଆଜି ସକାଳ ଚାରିଟା ପନ୍ଦର ମିନିଟ୍‌ ସମୟରେ ବାଲିଗୁଡା ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ। ବାଲିଗୁଡା ନିର୍ବାଚନମଣ୍ଡଳୀରେ ସେ ବିଧାନସଭାକୁ କଂଗ୍ରେସରୁ ତିନିଥର ନିର୍ବାଚିତ ହୋଇଥିଲେ। ତାଙ୍କ ପରଲୋକ ଖବର ଶୁଣିବା ମାତ୍ରେ କଂଗ୍ରେସ କର୍ମୀ ଏବଂ ବାଲିଗୁଡା ଜନସାଧାରଣଙ୍କ ମନରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ମଲ୍ଲିକଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନରେ କଂଗ୍ରେସ ନେତା ଓ କର୍ମୀଙ୍କୁ ସୁଅ ଛୁଟିଥିଲା। ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ଦେହାନ୍ତ ନିଶ୍ଚିତ ଭାବେ କଂଗ୍ରେସ ପାଇଁ ଏକ କ୍ଷତି ବୋଲି କଂଗ୍ରେସ କର୍ମୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.